40.1 C
Bhubaneswar
Wednesday, April 24, 2024
Homeରାଶିଫଳତୁଳା ରାଶିର ୨୦୨୦ ମସିହାର ବାର୍ଷିକ ରାଶିଫଳ

ତୁଳା ରାଶିର ୨୦୨୦ ମସିହାର ବାର୍ଷିକ ରାଶିଫଳ

ଦୈନିକ ରାଶିଫଳ ଚନ୍ଦ୍ରଙ୍କଠାରୁ, ମାସିକ ରାଶିଫଳ ରବିଙ୍କଠାରୁ ଏବଂ ବାର୍ଷିକ ରାଶିଫଳ ମୁଖ୍ୟତଃ ରାହୁ, କେତୁ, ବୃହସ୍ପତି ଓ ଶନିଙ୍କଠାରୁ ଗଣନା କରାଯାଏ । ଚଳିତବର୍ଷ ଜାନୁୟାରୀ ୨୪ ତାରିଖ ପର୍ଯ୍ୟନ୍ତ ଶନି ଧନୁରେ ଓ ତା’ପରେ ମକରରେ, ବର୍ଷ ଆରମ୍ଭରେ ଯଥାକ୍ରମେ ମିଥୁନ ଓ ଧନୁରେ ଥିବା ରାହୁ ଓ କେତୁ ସେପ୍ଟେମ୍ବର ୧୯ ତାରିଖରେ ବୃଷ ଓ ବିଛାକୁ ଚଳିବେ । ବୃହସ୍ପତି ବର୍ଷ ଆରମ୍ଭରୁ ଧନୁରେ ଏବଂ ୨୯ା୦୩ା୨୦୨୦ରେ ମକରକୁ ଚଳି ପୁଣି ୩୦ା୦୬ା୨୦୨୦ରେ ବକ୍ରଗତିରେ ଧନୁକୁ ପ୍ରତ୍ୟାବନ କରିବେ । ପୁଣି ବୃହସ୍ପତି ତା୨୦ା୧୧ା୨୦ ଦିବା ୦୧ା୨୨ରେ ଧନୁରୁ ମକରକୁ ଚଳିବେ । ସେହି ଅନୁସାରେ ତୁଳା ରାଶିର ଫଳ ନିମ୍ନରେ ପ୍ରଦାନ କରାଗଲା ।
ତୁଳା: ଆପଣଙ୍କ ଜନ୍ମରାଶିରୁ ତୃତୀୟରେ ବର୍ଷ ଆରମ୍ଭରେ ଶନି, ବୃହସ୍ପତି, କେତୁ, ରବି ଓ ବୁଧ ଅଛନ୍ତି । ଏମାନଙ୍କ ମଧ୍ୟରୁ ବୁଧ ଓ ବୃହସ୍ପତିଙ୍କୁ ଛାଡ଼ିଦେଲେ ଅନ୍ୟମାନେ ୩ୟରେ ଶୁଭଫଳଦାୟୀ । ବୁଧ ଓ ବୃହସ୍ପତିଙ୍କ ଯୋଗ ମଧ୍ୟ ସେମାନଙ୍କ ଶୁଭତ୍ୱ ବୃଦ୍ଧିରେ ସହାୟକ ହେବ । କିନ୍ତୁ ଜାନୁୟାରୀ ୨୪ରେ ଶନି ମକରକୁ ଓ ମାର୍ଚ୍ଚ ୨୯ରେ ବୃହସ୍ପତି ମକରକୁ ଯିବା ପରେ ଚତୁର୍ଥ ଶନି ଓ ବୃହସ୍ପତି ଅଶୁଭକାରକ ହେଲେ ମଧ୍ୟ ତୁଳାରାଶିକୁ ଶନି ଯୋଗକାରକ ଓ ମକରରେ ସ୍ୱଗୃହୀ ହେତୁ ଓ ନୈସର୍ଗିକ ଶୁଭଗ୍ରହର ସମ୍ପର୍କ ହେତୁ ଅଶୁଭଫଳ ଦେବେ ନାହିଁ । ବିଶେଷତଃ ମାତା, ଭୂମି, ଭବନ, ବନ୍ଧୁ ସମ୍ପର୍କୀୟ ଶୁଭଫଳ ମିଳିବ । ଆର୍ଥିକ ସ୍ୱଚ୍ଛଳତା ଓ କର୍ମ କ୍ଷେତ୍ରରେ ଉନ୍ନତି ଘଟିବ । ନୂତନ ଜମିଜମା, ଯାନବାହନ ଲାଭ, ବ୍ୟବସାୟ-ବାଣିଜ୍ୟରେ ଅଭିବୃଦ୍ଧି ଆଦି ସମ୍ଭାବନା ସୃଷ୍ଟି କରିବେ । ତେବେ ବର୍ଷର ମଧ୍ୟଭାଗ କିଛି ପରିମାଣରେ ସମସ୍ୟାବହୁଳ ହୋଇପାରେ । ବୃଥା ଯାତ୍ରା, ଅର୍ଥହାନି, ବ୍ୟବସାୟାଦିରେ କ୍ଷତି, ମନସ୍ତାପ, କଳହ ଆଦି ଦେଖାଦେଇପାରେ । ସନ୍ତାନଙ୍କ ଭୁଲ୍ କାମ ଯୋଗୁ ଲଜ୍ଜିତ ହୋଇପାରନ୍ତି ।
ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପାଇଁ ବର୍ଷର ଶେଷଭାଗରେ ଭାଗ୍ୟ ଅନୁକୂଳ ହେବ । ଆଦ୍ୟଭାଗରେ ପୂଜା ପୂର୍ବକ ଶୁଭଫଳ ମିଳିବ । ସ୍ୱାତୀ ନକ୍ଷତ୍ରଜାତ ବ୍ୟକ୍ତି ଭ୍ରାତୃ ସହଯୋଗରୁ ଉନ୍ନତି କରିବେ । କ୍ରୀଡ଼ା, କଳା, ସଂସ୍କୃତି କ୍ଷେତ୍ରରେ ଶୁଭଫଳ ପାଇବେ । ଅଧା ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ବିଶାଖା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପାଇଁ ବର୍ଷର ପୂର୍ବାର୍ଦ୍ଧ ଅପେକ୍ଷା ଶେଷାର୍ଦ୍ଧ ଅଧିକ ଅନୁକୂଳ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ବୃହସ୍ପତିଙ୍କ ଅଶୁଭତ୍ୱ ଦୂର ପାଇଁ ବୃହସ୍ପତିଙ୍କ ମନ୍ତ୍ର ‘ଓଁ ବୃଂ ବୃହସ୍ପତୟେ ନମଃ’ ଜପ କରନ୍ତୁ ଏବଂ ବ୍ରାହ୍ମଣଙ୍କୁ ହଳଦିଆ ବସ୍ତ୍ର, ଖେଚୁଡ଼ି ଅନ୍ନ, ମୁଗଡାଲି ଓ ଘିଅ ଦାନ କରନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking