28.1 C
Bhubaneswar
Friday, March 29, 2024
Homeରାଶିଫଳମେଷ ରାଶିର ୨୦୨୦ ମସିହାର ବାର୍ଷିକ ରାଶିଫଳ

ମେଷ ରାଶିର ୨୦୨୦ ମସିହାର ବାର୍ଷିକ ରାଶିଫଳ

ଦୈନିକ ରାଶିଫଳ ଚନ୍ଦ୍ରଙ୍କଠାରୁ, ମାସିକ ରାଶିଫଳ ରବିଙ୍କଠାରୁ ଏବଂ ବାର୍ଷିକ ରାଶିଫଳ ମୁଖ୍ୟତଃ ରାହୁ, କେତୁ, ବୃହସ୍ପତି ଓ ଶନିଙ୍କଠାରୁ ଗଣନା କରାଯାଏ । ଚଳିତବର୍ଷ ଜାନୁୟାରୀ ୨୪ ତାରିଖ ପର୍ଯ୍ୟନ୍ତ ଶନି ଧନୁରେ ଓ ତା’ପରେ ମକରରେ, ବର୍ଷ ଆରମ୍ଭରେ ଯଥାକ୍ରମେ ମିଥୁନ ଓ ଧନୁରେ ଥିବା ରାହୁ ଓ କେତୁ ସେପ୍ଟେମ୍ବର ୧୯ ତାରିଖରେ ବୃଷ ଓ ବିଛାକୁ ଚଳିବେ । ବୃହସ୍ପତି ବର୍ଷ ଆରମ୍ଭରୁ ଧନୁରେ ଏବଂ ୨୯ା୦୩ା୨୦୨୦ରେ ମକରକୁ ଚଳି ପୁଣି ୩୦ା୦୬ା୨୦୨୦ରେ ବକ୍ରଗତିରେ ଧନୁକୁ ପ୍ରତ୍ୟାବନ କରିବେ । ପୁଣି ବୃହସ୍ପତି ତା୨୦ା୧୧ା୨୦ ଦିବା ୦୧ା୨୨ରେ ଧନୁରୁ ମକରକୁ ଚଳିବେ । ସେହି ଅନୁସାରେ ମେଷ ରାଶିର ଫଳ ନିମ୍ନରେ ପ୍ରଦାନ କରାଗଲା ।
 
ମେଷ: ବର୍ଷ ଆରମ୍ଭରେ ନବମ ବୃହସ୍ପତି ଓ ତୃତୀୟ ରାହୁ ଅନେକ ବିପଦ ହାତରୁ ରକ୍ଷା କରିବେ । ଆର୍ଥିକ ସ୍ଥିତି ଭଲ ରହିବ । ତୀର୍ଥଯାତ୍ରା ବା ଧାର୍ମିକ କ୍ଷେତ୍ରକୁ ଯାତ୍ରା କରିପାରନ୍ତି । କେତେକ ନୂତନ କାମର ପରିକଳ୍ପନା ସାଙ୍ଗକୁ ପାରିବାରିକ ଜୀବନର ସୁଖଦ ଅନୁଭୂତି ମିଳିବ । ଶିଳ୍ପୋଦ୍ୟୋଗ ଓ ବ୍ୟବସାୟ-ବାଣିଜ୍ୟରେ ଆଶାନୁରୂପ ଲାଭ ମିଳିବ । କର୍ମ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ । ଅର୍ଥ ସହ ଦ୍ରବ୍ୟଲାଭର ସମ୍ଭାବନା ରହିଛି । ଏପ୍ରିଲରୁ ଜୁନ ଶେଷ ପର୍ଯ୍ୟନ୍ତ ଦଶମ ତଥା ନୀଚସ୍ଥ ବୃହସ୍ପତିଙ୍କୁ ପୂଜା, ଦାନ ଆଦି ଦ୍ୱାରା ସନ୍ତୁଷ୍ଟ କଲେ ଅଶୁଭତ୍ୱର ନିରଶନ ଘଟିବ । ‘ଓଁ ବୃଂ ବୃହସ୍ପତୟେ ନମଃ’ ମନ୍ତ୍ର ଜପ କରନ୍ତୁ । ସୁନା, ଘିଅ ଓ ହଳଦିଆ ବସ୍ତ୍ର ଦାନ କରନ୍ତୁ । ବ୍ୟବସାୟ-ବାଣିଜ୍ୟ ଓ ଚାକିରି କ୍ଷେତ୍ରରେ ଉନ୍ନତି ଘଟିବ । ସେପ୍ଟେମ୍ବାର ୧୯ ପର୍ଯ୍ୟନ୍ତ ୩ୟ ରାହୁ ଶୁଭଫଳ, ମାଲିମୋକଦ୍ଦମାରେ ବିଜୟ, ଆର୍ଥିକ ଲାଭ ଆଦି ଦେଉଥିବା ବେଳେ ତତ୍ପରେ ଚତୁର୍ଥ ରାହୁ ମାଆଙ୍କ ଅସୁସ୍ଥତାର କାରଣ ହୋଇପାରେ । କିନ୍ତୁ ଦଶମ କେତୁ କର୍ମକ୍ଷେତ୍ରରେ ଉନ୍ନତିର ସମ୍ଭାବନା ସୃଷ୍ଟି କରିବ । ଦୀର୍ଘଯାତ୍ରା ଫଳପ୍ରଦ ହେବ । ଶନିଙ୍କ ନବମ ଭାବରେ ଅବସ୍ଥିତି ଜାନୁୟାରୀ ୨୪ ପର୍ଯ୍ୟନ୍ତ କିଛି ପରିମାଣରେ ମାନସିକ ଦୁଶ୍ଚିନ୍ତା ବୃଦ୍ଧି କରିବ । ତତ୍ପରେ ଶୁଭଫଳ ମିଳିଲେ ମଧ୍ୟ କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ହେବ । ନିଷ୍ଠାପର କର୍ମ ସଦ୍ୟ ନ ହେଲେ ବି ପରବର୍ତୀ ସମୟରେ ଶୁଭଫଳଦାୟୀ ହେବ । ବୈବାହିକ ଜୀବନରେ ଶାନ୍ତି ଓ ସ୍ଥିରତା ଲାଗି ସହନଶୀଳତାର ଜରୁରୀ ଆବଶ୍ୟକତା ଅଛି ।
ଅଶ୍ୱିନୀ ନକ୍ଷତ୍ରଜାତ ବ୍ୟକ୍ତିମାନେ ବର୍ଷର ଦ୍ୱିତୀୟାର୍ଦ୍ଧରେ ଟିକିଏ ଜଗିରଖି ଚଳିବା ଉଚିତ । ତେବେ ଆର୍ଥିକ ପରିସ୍ଥିତି ଉତମ ରହିବ । ଦ୍ୱିଜା ନକ୍ଷତ୍ରଜାତ ବ୍ୟକ୍ତି ମାନଯଶ, ଅର୍ଥସମ୍ପଦ ପାଇବେ । କୃତିକା ନକ୍ଷତ୍ରଜାତ ବ୍ୟକ୍ତି ପରିସ୍ଥିତିରୁ ଲାଭ ଉଠାଇପାରିବେ । ଶେୟାରବଜାରରେ ପୁଞ୍ଜିନିବେଶ ଲାଭଜନକ ହେବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ବର୍ଷର ଦ୍ୱିତୀୟାର୍ଦ୍ଧରେ ସମ୍ଭାବ୍ୟ ପ୍ରତିକୂଳତାର ପ୍ରତିକାର ଲାଗି ଗୌରାଙ୍ଗ ବ୍ରାହ୍ମଣଙ୍କୁ ସୁବର୍ଣ୍ଣ ଓ ଦକ୍ଷିଣା ଦାନ କରନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking