ନୂଆଦିଲ୍ଲୀ : ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କଲେ ଯଶୱ୍ୱନ୍ତ ସିହ୍ନା । ମିଳିତ ବିରୋଧୀ ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କଲେ । ଏହି ସମୟରେ ରାହୁଲ ଗାନ୍ଧୀ, ଶରଦ ପାୱାର ,ମଲ୍ଲିକାର୍ଜୁନ ଖାରଗେ, ଅଖିଳେଶ ଯାଦବ , ସୀତାରମ ୟେଚୁରୀ ଉପସ୍ଥିତ ଥିଲେ । ସେପଟେ ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଜୁଲାଇ ୧୮ ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ମିଳିତ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ସହ ଦ୍ରୈାପଦୀଙ୍କ ମୁର୍ମୁଙ୍କ ର ଲଢେଇ ହେବ ।
ସେହିପରି ଯଶବନ୍ତ ସିହ୍ନାଙ୍କ ପ୍ରାର୍ଥିତ୍ରକୁ ତେଲେଙ୍ଗାନାର କ୍ଷମତାସୀନ କେସିଆରଙ୍କ ଟିଆରଏସ୍ ସମର୍ଥନ ଘୋଷଣା କରିଛି। ଏସମ୍ପର୍କରେ କେସିଆରଙ୍କ ପୁଅ ତଥା ରାଜ୍ୟର ମନ୍ତ୍ରୀ କେଟିଆର ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ ଶ୍ରୀ ସିହ୍ନା ସଂସଦ ଭବନରେ ପ୍ରାର୍ଥିପତ୍ର ଦାଖଲ କରିବା ବେଳେ କେଟିଆର ଦଳର କିଛି ସାଂସଦଙ୍କ ସହ ଉପସ୍ଥିତ ରହିଥିଲେ। ଶ୍ରୀ ସିହ୍ନାଙ୍କ ପ୍ରଥମ ପ୍ରସ୍ତାବକ ଭାବେ ରାହୁଲ ଗାନ୍ଧି ଦସ୍ତଖତ କରିଥିବା ଜଣାପଡ଼ିଛି। ଏହାବାଦ ଟିଏମସି, ଏନସିପି ଓ ଟିଆରଏସ୍ର କିଛି ନେତା ମଧ୍ୟ ପ୍ରସ୍ତାବକ ଭାବେ ଶ୍ରୀ ସିହ୍ନାଙ୍କ ପ୍ରାର୍ଥିପତ୍ରରେ ଦସ୍ତଖତ କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ଶ୍ରୀ ସିହ୍ନାଙ୍କ ଲଢ଼େଇ ସିଧାସଳଖ ଓଡ଼ିଆ ଝିଅ ତଥା ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ହେବ। ଶ୍ରୀମତୀ ମୁର୍ମୁ ଗତ ଶୁକ୍ରବାର ନାମାଙ୍କନ ଦାଖଲ କରିଥିଲେ।