27.8 C
Bhubaneswar
Friday, April 19, 2024
Homeଦେଶ ବିଦେଶଯଶପ୍ରୀତ ବୁମରାଙ୍କୁ ଲାଗିନି ଫ୍ରାକଚର, ୪ ସପ୍ତାହରେ ହୋଇଯିବେ ଫିଟ୍, ଖେଳି ପାରନ୍ତି ଟି-୨୦ ବିଶ୍ଵ...

ଯଶପ୍ରୀତ ବୁମରାଙ୍କୁ ଲାଗିନି ଫ୍ରାକଚର, ୪ ସପ୍ତାହରେ ହୋଇଯିବେ ଫିଟ୍, ଖେଳି ପାରନ୍ତି ଟି-୨୦ ବିଶ୍ଵ କପ୍

ନୂଆଦିଲ୍ଲୀ: ଯଶପ୍ରୀତ ବୁମରା ଭାରତୀୟ ଦଳର ପ୍ରମୁଖ ଖେଳାଳିଙ୍କ ମଧ୍ୟରୁ ଜଣେ। ପିଠିରେ ଆଘାତଜନିତ ସମସ୍ୟା କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡିଛନ୍ତି। ପୁଣି ଖବର ଆସିଥିଲା ଯେ, ତାଙ୍କୁ ଫିଟ୍ ହେବାରେ ଚାରିରୁ ଛଅ ମାସ ସମୟ ଲାଗିପାରେ। ତେଣୁ ବୁମରାଙ୍କ ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ଵ କପ୍ ଖେଳିବା ନେଇ ସଂଶୟ ଉପୁଜିଥିଲା। ତେବେ ଏହା ମଧ୍ୟରେ ବଡ ଆଶ୍ଵସ୍ତିକର ଖବର ମିଳିଛି। ସୂଚନା ଅନୁଯାୟୀ, ଦ୍ରୁତ ବୋଲର ବୁମରାଙ୍କୁ କୌଣସି ପ୍ରକାରର ଫ୍ରାକଚର ଲାଗିନାହିଁ। ତେଣୁ ସେ ଚାରିରୁ ଛଅ ସପ୍ତାହ ଭିତରେ ଫିଟ୍ ହୋଇ ପାରନ୍ତି। ବିଶ୍ଵ କପରେ ଭାରତର ପ୍ରଥମ ମ୍ୟାଚ୍ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ରହିଛି।

ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ, ଏନସିଏରେ ବିସିସିଆଇର ଡାକ୍ତରୀଦଳ ବୁମରାଙ୍କ ଆଘାତର ସ୍କାନିଂ କରିଛନ୍ତି। ରିପୋର୍ଟରୁ ଜଣା ପଡିଛି ଯେ, ତାଙ୍କ ପିଠିରେ ଆଘାତ ବା ଷ୍ଟ୍ରେସ ଫ୍ରାକଚର ଲାଗି ନାହିଁ ବରଂ ଷ୍ଟ୍ରେସ୍ ରିଆକ୍ସନ ହୋଇଛି। ଏହା ଫ୍ରାକଚରର ପ୍ରଥମ ପର୍ଯ୍ୟାୟର ଆଘାତ। ଏମିତିରେ ତାଙ୍କୁ ସୁସ୍ଥ ହେବାରେ ଚାରିରୁ ଛଅ ମାସ ନୁହେଁ ବରଂ ଚାରିରୁ ଛଅ ସପ୍ତାହ ସମୟ ଲାଗିବ। ଯଦି ସବୁ କିଛି ଠିକ୍ ରହେ ତେବେ ବୁମରା ନକଆଉଟ୍ ପର୍ଯ୍ୟାୟରେ ଭାରତ ପକ୍ଷରୁ ଖେଳି ପାରନ୍ତି।

ଭାରତୀୟ ଟି-୨୦ ବିଶ୍ଵ କପ୍ ଦଳ ଅକ୍ଟୋବର ୫ରେ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବେ। ମାତ୍ର ଯଶପ୍ରୀତ ବୁମରାଙ୍କ ଦଳ ସହିତ ଗସ୍ତ କରିବା ମୁସ୍କିଲ। ଦଳ ଅକ୍ଟୋବର ୧୫ ପର୍ଯ୍ୟନ୍ତ ତାଙ୍କ ଆହତ ସମସ୍ୟାର ଅପଡେଟକୁ ଅପେକ୍ଷା କରିବ। ଏହାପରେ ହିଁ ବୁମରାଙ୍କ ବିଶ୍ଵ କପ୍ ଖେଳିବା ନେଇ ନିଷ୍ପତ୍ତି ନିଆଯାଇ ପାରିବ। ସବୁଠୁ ବଡ କଥା ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ଵ କପରେ ବାୟୋ ବବଲର କଟକଣା ନାହିଁ। ଭାରତୀୟ ଦଳ ନିୟମିତ ବିମାନରେ ଅଷ୍ଟ୍ରେଲିଆ ଯାତ୍ରା କରିବ। ଟୁର୍ଣ୍ଣାମେଣ୍ଟ ସମୟରେ କୋଭିଡ୍ ଟେଷ୍ଟ ବି ହେବ ନାହିଁ। କେବଳ ଅଭିଯୋଗ ପରେ ହିଁ କରୋନା ସଂପର୍କିତ ଯାଞ୍ଚ କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking