29.1 C
Bhubaneswar
Thursday, April 25, 2024
Homeଓଡିଶା୨୪ ବର୍ଷରେ ଯାଦବ ସମାଜର ଦୋଳ ମହୋତ୍ସବ

୨୪ ବର୍ଷରେ ଯାଦବ ସମାଜର ଦୋଳ ମହୋତ୍ସବ

କରୋନା ପ୍ରଭାବ: ଫଗୁ ବଦଳରେ ଲାଗିବ ହଳଦୀ
ବଲାଙ୍ଗିର: କରୋନା ଭାଇରସ୍‌କୁ ନେଇ ଲୋକେ ଆତଙ୍କିତ ହୋଇଛନ୍ତି । କିନ୍ତୁ ହୋଲି ହେଉଛି ଆମ ସଂସ୍କୃତି ଓ ପରମ୍ପରା ବୋଲି କହିଛି ଜିଲା ଯାଦବ ସମାଜ । ଏହି ହୋଲି ଉତ୍ସବକୁ କୌଣସି ମତରେ ଦୂରେଇ ନଯାଇ ଏହାକୁ ବଞ୍ଚେଇ ରଖିବା ପାଇଁ ଆହ୍ୱାନ ଦେଇଛି । ଏହା ସହ ଚାଇନା ସାମଗ୍ରୀ ଠାରୁ ଦୂର ରହିବା ସହ ଚାଇନା ସାମଗ୍ରୀ ବ୍ୟବହାର ନକରିବା ପାଇଁ ପରାମର୍ଶ ଦେଇଛି ଯାଦବ ସମାଜ । ରଙ୍ଗ କିମ୍ବା ଫଗୁ ପରିବର୍ତ୍ତେ ଔଷଧୀୟ ଗୁଣ ଥିବା ହଲଦୀରେ ଏଥର ଦୋଳ ମହୋତ୍ସବ ଆୟୋଜନ କରାଯିବ ବୋଲି ସାଂସ୍କୃତିକ କମିଟି ସୂଚନା ଦେଇଛି ।
ଏଥର ଫଗୁ ବଦଳରେ କନ୍ଧମାଳରୁ ଦେଶୀ ହଳଦୀ ଅଣାଯାଇଛି । ଏହା ହିଁ ବ୍ୟବହାର କରାଯିବ ଓ ଏହି ମହୋତ୍ସବ କୌଣସି ପ୍ରକାରରେ ବନ୍ଦ ହେବ ନାହିଁ ବୋଲି ଯାଦବ ସମାଜ ସ୍ପଷ୍ଟ କରିଛି । ଏହାକୁ ମହାସମାରୋହରେ ପାଳନ କରିବା ପାଇଁ ପୂର୍ବ ପ୍ରସ୍ତୁତି ଶେଷ ହୋଇଛି । ରବିବାର ଦେବ ନିମନ୍ତ୍ରଣ କରାଯିବା ସହ ଯାଦବ ଭବନରୁ ବାହାରି ନରସିଂହ ବନ୍ଦରୁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସୋମବାର ସକାଳୁ ରିତିନୀତି ଅନୁଯାୟୀ ପୂଜାବିଧି କରାଯିବ । ଏହା ପରେ ସହର ପରିକ୍ରମା କରିବ । ପୂର୍ବବର୍ଷ ଭଳି ଏଥର ମଧ୍ୟ ଗୌଡ ବାଡି ଖେଳ,ସହର ପରିକ୍ରମା କରାଯିବ । ଏଥର ୨୪ ବର୍ଷ ପୂର୍ତ୍ତୀ ହୋଇଥିବା ବେଳେ ଏହାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ପୌରାଞ୍ଚଳ ସଭାପତି ପଙ୍କଜ ସେଲମା, ସାଂସ୍କୃତିକ କମିଟି ଦୁର୍ବାଦଳ ମହାକୁର,ଅରକ୍ଷିତ ଜୁଏଡ, ବରୁଣ କୁମାର ହେନା, ପ୍ରଶାନ୍ତ ମହାକୁର, ବିନୋଦ କାଲସାଏ, ସନ୍ଦୀପ ବାଗ ସୂଚନା ଦେଇଛନ୍ତି । ଏହି ଅବସରରେ ସମସ୍ତେ ସହଯୋଗ କରିବା ସହ ସଂସ୍କୃତି,ପରମ୍ପରା ସୁରକ୍ଷାକୁ ଆଖି ଆଗରେ ରଖି ଏହାକୁ ସଫଳ କରିବାକୁ ଆହ୍ୱାନ ଦେଇଛି ଜିଲା ଯାଦବ ସମାଜ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking