27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଦୀର୍ଘତମ ସ୍କାଏ ବ୍ରିଜ

ଦୀର୍ଘତମ ସ୍କାଏ ବ୍ରିଜ

ବ୍ୟୁରୋ : ସ୍କାଏ ବ୍ରିଜ । ଏକଥା କଣ ଆପଣ ଆଗରୁ ଦେଖିଥିଲେ । କେବେ ଆପଣ ମାନେ ସ୍କାଏ ବ୍ରିଜ ରେ ଚାଲିଛନ୍ତି କି । ଯଦି ଆପଣଙ୍କର ଏହି ଆଶା ଥାଏ ତେବେ ନିଶ୍ଚୟ ପୁରଣ ହେବାକୁ ଯାଉଛି । ତିଆରି ହୋଇଛି ଦୁନିଆର ଦୀର୍ଘତମ ସ୍କାଏ ବ୍ରିଜ୍ । ଯାହାର ଚିତ୍ର ଦେଖିଲେ ଆପଣ ଆଶ୍ଚର‌୍ୟ୍ୟ ହୋଇଯିବେ । ଦୁନିଆର ଦୀର୍ଘତମ ଫୁଟ୍ ଓଭରବ୍ରିଜ୍ ର ପ୍ରସ୍ତୁତି ସମାପ୍ତ ହୋଇଛି । ଯାତ୍ରୀମାନଙ୍କ ପାଇଁ ଏହା ମଧ୍ୟ ଖୋଲାଯାଇଛି ।ଏହି ଆକର୍ଷଣୀୟ ଆକାଶ ସେତୁର ଚିତ୍ର ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ବ୍ରିଜକୁ ଆସୁଥିବା ଲୋକଙ୍କ ପାଇଁ ଏହା ଏକ ପାଖିଆ ପଦଯାତ୍ରା ହେବ। ନେପାଳର ବାଗଲୁଙ୍ଗ ମାଉଣ୍ଟେନ୍ ଫୁଟ ଓଭରବ୍ରିଜ୍ ଠାରୁ ଚେକ୍ ରିପବ୍ଲିକ୍ ସ୍କାଏ ବ୍ରିଜ୍ ୧୫୪ ମିଟର ଲମ୍ବା । ଚେକର ରାଜଧାନୀ ପ୍ରାଗା ଠାରୁ ‘ସ୍କାଏବ୍ରିଜ୍ ୭୨୧’ ପ୍ରାୟ ୨.୫ ଘଣ୍ଟା। ଚେକ ରିପବ୍ଲିକର କେନ୍ଦ୍ରୀୟ ୟୁରୋପୀୟ ଦେଶ ଦକ୍ଷିଣରେ ଅଷ୍ଟ୍ରିଆ, ପଶ୍ଚିମ ଦିଗରେ ଜର୍ମାନୀ, ପୋଲାଣ୍ଡ ଉତ୍ତର-ପୂର୍ବରେ ଏବଂ ଦକ୍ଷିଣ-ପୂର୍ବରେ ସ୍ଲୋଭାକିଆ ସହିତ ସୀମା ସହ ସଂଯୋଗ ହୋଇଛି ।’ସ୍କାଏ ବ୍ରିଜ୍ ୭୨୧’ ନାମରେ ନାମିତ ଏହି ଫୁଟବ୍ରିଜ୍ ର ଲମ୍ବ ୨,୩୬୫ ଫୁଟ (୭୨୧ ମିଟର) । ଏହି ଆକାଶ ସେତୁ ନିର୍ମାଣ ପାଇଁ ପ୍ରାୟ ୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା ସମୁଦ୍ର ପତ୍ତନ ଠାରୁ ୩,୬୧୦ ଫୁଟ ଉଚ୍ଚରେ ନିର୍ମିତ ଏବଂ ୧.୨ ମିଟର ଚଉଡା। ଏହି ଫୁଟବ୍ରିଜ୍ ୯୫ ମିଟର ଅର୍ଥାତ୍ ଭୂମିଠାରୁ ପ୍ରାୟ ୩୧୨ ଫୁଟ ଉପରେ ନିର୍ମିତ ହୋଇଛି । ‘ସ୍କାଏ ବ୍ରିଜ୍ ୭୨୧’ ଦୁଇ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଛି ଏବଂ ଏହା ଦୁଇଟି ପର୍ବତ ଶିଖରକୁ ସଂଯୋଗ କରେ । ଏହି ଆକର୍ଷଣୀୟ ବ୍ରିଜ ପର୍ଯ୍ୟଟକ ମାନଙ୍କୁ ବେଶ ଆକୃଷ୍ଟ କରିବ । ପୁଟ ବ୍ରିଜ ଉପରେ ଚାଲି ପ୍ରକୃତିର ସୈାନ୍ଦର୍ଯ୍ୟ କୁ ଉପଭୋଗ କରି ପାରିବେ ଲୋକେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking