ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ଆସିଲା ବିଶ୍ୱର ପ୍ରଥମ ବଟିକା ମୋଲନୁପିରାଭିର। ଏହାକୁ ଗ୍ରୀନ ସିଗନାଲ ଦେଇଛି ବ୍ରିଟେନ ଆମେରିକୀୟ କମ୍ପାନୀ ମର୍କ ଆଣ୍ଡ କୋ। ମୋଲୁନ ପ୍ରସ୍ତୁତକାରୀ କମ୍ପାନୀ ମୋଲୁନପିରାଭିର ବଟିକା ଦ୍ୱାରା ରୋଗୀଙ୍କ ମୃତ୍ୟୁ ଏବଂ ହସ୍ପିଟାଲରେ ଆଡମିଟ ହେବା ଭଳି ଆଶଙ୍କାକୁ ୫୦ ପ୍ରତିଶତ କମାଇଦେବ। ସେହିପରି କରୋନାରେ ଗୁରୁତର ରୋଗୀ ଏହି ବଟିକାକୁ ଦିନରେ ଦୁଇ ଥର ଖାଇବେ। ବିଶ୍ୱରେ ପ୍ରଥମ ଦେଶ ଭାବେ ବ୍ରିଟେନ ମୋଲନୁପିରାଭିରକୁ ଅନୁମୋଦନ ଦେଇଛି।
ଆଜିର ଦିନ ଦେଶ ପାଇଁ ଐତାହାସିକ ଦିନ ବୋଲି ବ୍ରିଟେନ ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ୪ ଲକ୍ଷ ୮୦ ହଜାର ବଟିକା ଅର୍ଡର ୟୁକେ ଅର୍ଡର କରିଛି। ମୋଲନୁପିରାଭିର ବଟିକାର କ୍ଲିନିକାଲ ଟ୍ରାଏଲ ପରୀକ୍ଷଣରେ ଭଲ ପ୍ରଦର୍ଶନ ମଧ୍ୟ ରହିଛି। ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ୭୭୫ ଜଣ ସଂକ୍ରମିତଙ୍କ ଠାରେ ମୋଲନୁପିରାଭିରକୁ ପ୍ରୟୋଗ କରାଯାଇଥିଲା। ସମସ୍ତ ସଂକ୍ରମିତଙ୍କ ଠାରେ ଗୁରୁତର ହେବାର ଯଥେଷ୍ଟ ସମ୍ଭାବନା ରହିଥିଲା। କିନ୍ତୁ ୭.୩ ପ୍ରତିଶତ ସଂକ୍ରମିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ସବୁ ଭାରିଏଣ୍ଟ ବିରୋଧରେ ଏହାର ପ୍ରଭାବଶାଳୀ ପ୍ରଦର୍ଶନ ରହିଥିବା କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ କରାଯାଇଛି।