29.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶସାପ ଓ ବେଙ୍ଗ କାରଣରୁ ବିଶ୍ୱର ଆର୍ଥିକ କ୍ଷତି ୧ ଲକ୍ଷ କୋଟିରୁ ଅଧିକ, ବୈଜ୍ଞାନିକଙ୍କ...

ସାପ ଓ ବେଙ୍ଗ କାରଣରୁ ବିଶ୍ୱର ଆର୍ଥିକ କ୍ଷତି ୧ ଲକ୍ଷ କୋଟିରୁ ଅଧିକ, ବୈଜ୍ଞାନିକଙ୍କ ନୂଆ ଖୁଲାସା

ନୂଆଦିଲ୍ଲୀ: ସାଧାରଣ ଭାବେ ମଣିଷ ପାଇଁ ଏ ବିଶ୍ୱର ପରିବେଶ ପ୍ରଦୂଷିତ ହେବା ସହ ବହୁତ କ୍ଷତି ଘଟୁଛି ବୋଲି କୁହାଯାଇଥାଏ । ମାତ୍ର ଏହା ସମ୍ପୂର୍ଣ୍ଣ ଭୁଲ୍ । ଜୀବଜନ୍ତୁଙ୍କ ପାଇଁ ଆମ ପରିବେଶର କ’ଣ ଆଉ କେତେମାତ୍ରାରେ କ୍ଷତି ହେଉଛି, ତାହା ଶୁଣିଲେ ଯେ କେହି ବି ଚକିତ ହୋଇଯିବ । ନିକଟରେ କରାଯାଇଥିବା ଏକ ଷ୍ଟଡିରୁ ଜଣାପଡ଼ିଛି ଯେ, ସାପ ଓ ବେଙ୍ଗ ପାଇଁ ଦୁନିଆର ସବୁଠାରୁ ଅଧିକ କ୍ଷତି ଘଟୁଛି ।

ମଣିଷ ହୁଅନ୍ତୁ ବା କୃଷକ ଏମାନଙ୍କୁ ଅନେକ ପଶୁ, କୀଟପତଙ୍ଗ ବହୁତ ସମସ୍ୟାରେ ପକାଇଥାନ୍ତି । ଏଥିରୁ ବର୍ତ୍ତିବା ପାଇଁ ମଣିଷ ନାନା ଉପାୟ ଅବଲମ୍ବନ କରିଥାଏ । ତେବେ ଜୀବଜନ୍ତୁଙ୍କ ଦ୍ୱାରା ମଣିଷର କ’ଣ କ୍ଷତି ଘଟୁଛି, ସେନେଇ ବୈଜ୍ଞାନିକମାନେ ଏକ ଷ୍ଟଡି କରିଥିଲେ । ଆକ୍ରାମକ କୀଟଙ୍କ ଦ୍ୱାରା ହେଉଥିବା ଆର୍ଥିକ କ୍ଷତିର ପରିମାଣ ବୃଦ୍ଧି ପାଇଁ ସାପ ଓ ବେଙ୍ଗ ଦାୟୀ ବୋଲି ଜଣାପଡ଼ିଥିଲା ।

ଏକ ରିପୋର୍ଟ ମୁତାବକ, ଆମେରିକୀୟ ବୁଲଫ୍ରଗ ଓ ବ୍ରାଉନ ଟ୍ରି ସ୍ନେକ ଯୋଗୁଁ ୧୯୮୬ ପରଠାରୁ ବିଶ୍ୱ ସ୍ତରରେ ୧୬.୩ ବିଲିୟନ ଡଲାର ଅର୍ଥାତ ପାଖାପାଖି ୧.୩ ଲକ୍ଷ କୋଟିର କ୍ଷତି ଘଟିଛି । ଏହି ଜୀବମାନେ ଇକୋଲୋଜିକାଲ ସିଷ୍ଟମକୁ କ୍ଷତି ପହଞ୍ଚାଇବା ସହ କୃଷି ଫସଲ ନଷ୍ଟ ଓ ବିଜୁଳି ସପ୍ଲାଇରେ ମଧ୍ୟ ବ୍ୟାଘାତ ସୃଷ୍ଟି କରିଥିଲେ । କେବଳ ସାପ କାରଣରୁ ୧୦.୩ ବିଲିୟନ ଡଲାରର କ୍ଷତି ଘଟିଥିବା ଜଣାପଡ଼ିଛି । ଏହି ଡାଟା ଆକ୍ରାମକ ପ୍ରଜାତିଙ୍କୁ ରୋକିବାରେ ସହାୟତା କରିବା ସହ ନୂଆ ପଦକ୍ଷେପ ନେବା ଦିଗରେ ପ୍ରୋତ୍ସାହନ ପ୍ରଦାନ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking