29.1 C
Bhubaneswar
Friday, April 26, 2024
Homeଖେଳବିଶ୍ୱ ମହିଳା ବକ୍ସିଂ: ଡେବ୍ୟୁରେ ଚମକିଲେ ନୀତୁ

ବିଶ୍ୱ ମହିଳା ବକ୍ସିଂ: ଡେବ୍ୟୁରେ ଚମକିଲେ ନୀତୁ

ଇସ୍ତାନବୁଲ: ଏଠାରେ ଚାଲିଥିବା ଆଇବିଏ ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନ୍‌ଶିପ୍‌ରେ ନିଜର ଡେବ୍ୟୁ ମ୍ୟାଚ୍ ଭାରତର ନୀତୁ (୪୮ କେଜି) ଆଧିପତ୍ୟ ବିସ୍ତାର କରି ରୋମାନିଆର ଅନୁଭବୀ ଷ୍ଟୋଲ୍‌ୟୁଟା ଡୁଟାଙ୍କୁ ସହଜରେ ହରାଇ ଟୁର୍ଣ୍ଣାମେଣ୍ଟ୍‌ର ପ୍ରିକ୍ୱାର୍ଟର୍‌ରେ ପ୍ରବେଶ କରିଛନ୍ତି । ଦୁଇଥରର ପୂର୍ବତନ ବିଶ୍ୱ ୟୁଥ୍ ଚାମ୍ପିଅନ୍ ନୀତୁ ନିଜର ଆକର୍ଷଣୀୟ ପ୍ରଦର୍ଶନ ଜାରିରଖି ଡୁଟାଙ୍କୁ ୫-୦ ସର୍ବସମ୍ମତ ନିଷ୍ପତ୍ତିରେ ହରାଇ ଦେଇଛନ୍ତି । ଚଳିତ ବର୍ଷ ଷ୍ଟ୍ରାଣ୍ଡ୍‌ଜା ଟୁର୍ଣ୍ଣାମେଣ୍ଟ୍‌ରେ ନୀତୁ ସ୍ୱର୍ଣ୍ଣ ପଦକ ଜିତିଥିଲେ ।
ମୁକାବିଲାର ପ୍ରଥମରୁ ଉଭୟ ନୀତୁ ଓ ଡୁଟା ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିବା ବେଳେ ଡୁଟା ଅଧିକ ଆକ୍ରମଣାତ୍ମକ ଥିବା ଦେଖିବାକୁ ମିଳିଥିଲେ । ମାତ୍ର ନୀତୁ ସଂଯମ ରକ୍ଷାକରି ରୋମାନିଆର ୪୦ ବର୍ଷୀୟା ବକ୍ସର୍‌ଙ୍କୁ ପ୍ରଥମ ରାଉଣ୍ଡ୍‌ରେ ପରାଜିତ କରିଥିଲେ । ଏହାପରେ ଦ୍ୱିତୀୟ ଓ ତୃତୀୟ ରାଉଣ୍ଡ୍‌ରେ ମଧ୍ୟ ହରିୟାଣା ବକ୍ସର୍ ନୀତୁ ଉନ୍ନତ ପ୍ରଦର୍ଶନ ଜାରି ରଖିବା ସହ ବିଜୟୀ ହୋଇଥିଲେ । ଟୁର୍ଣ୍ଣାମେଣ୍ଟ୍‌ର ଦୁଇଦିନରେ ଭାରତର ଏହା ଦ୍ୱିତୀୟ ବିଜୟ । ପ୍ରଥମ ଦିନ ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ୍ ପଦକ ବିଜୟିନୀ ଲଭ୍‌ଲିନା ବୋରଗୋହେନ୍ ବିଜୟୀ ହୋଇଥିଲେ ।
ଶନିବାର ୪୮ କେଜି ବର୍ଗର ପ୍ରିକ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍‌ରେ ନୀତୁଙ୍କ ମୁକାବିଲା ସ୍ପେନ୍‌ର ଲୋପେଜ୍ ଡେଲ୍ ଅର୍ବୋଲ୍ ମାର୍ଟାଙ୍କ ସହ ହେବ । ଲୋପେଜ୍ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ଭିଏତ୍‌ନାମ୍‌ର ଗୁୟେନ୍ ଥି ଥୁ ନୀ’ଙ୍କୁ ୫-୦ରେ ହରାଇ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking