30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଆଜି ବିଶ୍ୱ ଜଳ ଦିବସ

ଆଜି ବିଶ୍ୱ ଜଳ ଦିବସ

ଭୁବନେଶ୍ୱର : କୁହାଯାଏ ଜଳ ବହୁଳେ ସୃଷ୍ଟି ନାଶ , ଜଳ ବିହୁନେ ସୃଷ୍ଟି ନାଶ । ଜୀବଜନ୍ତୁ ସମସ୍ତେ ଜଳ ପାଇଁ ହିଁ ବଞ୍ଚିରହିଛନ୍ତିି । କିନ୍ତୁ ଜଳ ଆମ ପାଇଁ ଜୀବନ ହୋଇଥିବା ବେଳେ ଆମେ ମଣିଷ ତାର ମୁଲ୍ୟ ବୁଝୁନାହୁଁ । ମଣିଷ ହିଁ ଜଳ ଅପଚୟ କରିବାରେ ଲାଗିଛି । କେଉଁଠି ପାନୀୟଜଳରେ ରାସାୟାନିକ ପଦାର୍ଥ ମିଶୁଛି ତ କେଉଁଠି ଅଳିଆ ଆବର୍ଜନା ନଦୀର ଜଳକୁ ବିଷ ଜଳରେ ପରିଣତ କରୁଛି । ଜଳ ସଞ୍ଚୟ ପାଇଁ ସାରା ବିଶ୍ୱରେ ସଚେତନତା କରାଯାଉଥିଲେ ମଧ୍ୟ ପାଣିର ମୁଲ୍ୟ କେହି ବୁଝୁ ନାହାନ୍ତି ।

ମାର୍ଚ୍ଚ ୨୨କୁ ବିଶ୍ୱ ଜଳ ଦିବସ ଭାବେ ପାଳନ କରାଯାଉଛି । ପ୍ରତିବର୍ଷ ଜଳ ଦିବସ ପାଇଁ ଏକ ଥିମ୍ ରଖାଯାଇଥାଏ । ଚଳିତ ବର୍ଷ ମଧ୍ୟ ଜଳ ଦିବସର ଥିମ୍ ରହିଛି ‘ଜଳ ର ମୁଲ୍ୟ’ । ଜଳ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ କରାଯାଉଛି ଓ ସରକାରଙ୍କ ଜଳ ପ୍ରକଲ୍ପ ଯୋଜନା ଗୋଟିଏ ପରେ ଗୋଟିଏ ଆରମ୍ଭ କରାଯାଉଥିଲେ ମଧ୍ୟ ଅନେକ ସ୍ଥାନରେ ଲୋକେ ଜଳ ଯନ୍ତ୍ରଣା ଭୋଗୁଛନ୍ତି । ଆଜି ବି ଦେଶ ଓ ରାଜ୍ୟରେ ଏପରି ଅନେକ ସ୍ଥାନ ଅଛି ଯେଉଁଠି ପାଣି ମିଳିବା ସାତ ସପନ ପାଲଟିଛି । ତେଣୁ ଏହି ବିଶ୍ୱ ଜଳ ଦିବସରେ ଜଳର ମୁଲ୍ୟ ବୁଝିବା ଅତ୍ୟନ୍ତ ଆବଶ୍ୟକ । ଜଳକୁ ଅପଚୟ ନକରି ଜଳ ସଂରକ୍ଷଣ କରିବା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking