29.1 C
Bhubaneswar
Sunday, September 29, 2024
Homeଖେଳୱାର୍ଲ୍ଡ ଟିଟି ଚାମ୍ପିଅନ୍‌ଶିପ୍‌: ପ୍ରିକ୍ୱାର୍ଟର୍‌ରେ ହାରିଲା ଭାରତ

ୱାର୍ଲ୍ଡ ଟିଟି ଚାମ୍ପିଅନ୍‌ଶିପ୍‌: ପ୍ରିକ୍ୱାର୍ଟର୍‌ରେ ହାରିଲା ଭାରତ

ଚେଙ୍ଗଡୁ(ଚୀନ୍‌): ଚଳିତ ୱାର୍ଲ୍ଡ ଟେବଲ୍ ଟେନିସ୍ ଚାମ୍ପିଅନ୍‌ଶିପ୍‌ରୁ ଭାରତୀୟ ପୁରୁଷ ଦଳ ପ୍ରିକ୍ୱାର୍ଟର୍ ଫାଇନାଲ୍ ପର୍ଯ୍ୟାୟରୁ ବିଦାୟ ନେଇଛି । କାରଣ ଗୁରୁବାର ଦଳ ଘରୋଇ ଚୀନ୍‌ଠାରୁ ୦-୩ରେ ଶୋଚନୀୟ ଭାବେ ପରାଜୟ ବରଣ କରିଛି । ଭାରତୀୟ ଦଳରେ ବାମହାତୀ ମାନବ ଠକ୍କଣଙ୍କ ସ୍ଥାନରେ ମାନୁଶ ଶାହ ସାମିଲ୍ ହୋଇଥିଲେ । ସେହିପରି ଚୀନ୍ ଦଳରେ ବିଶ୍ୱର ଏକାଦଶ ସିଡେଡ୍ ଖେଳାଳି ୱାଙ୍ଗ୍ ଚୁକୁନ୍ ସାମିଲ୍ ହୋଇଥିଲେ ଓ ତୃତୀୟ ସିଙ୍ଗଲ୍ସରେ ତାଙ୍କର ମୁକାବିଲା ମାନୁଶଙ୍କ ସହ ହୋଇଥିଲା । ପ୍ରିକ୍ୱାର୍ଟର୍ ମୁକାବିଲାରେ ପ୍ରଥମ ମ୍ୟାଚ୍‌ଟି ଭାରତର ହରମିତ୍ ଦେଶାଇ ଓ ଚୀନ୍‌ର ଫାନ୍ ଝେନଡୋଙ୍ଗ୍‌ଙ୍କ ମଧ୍ୟରେ ଖେଳାଯାଇଥିଲା ।

ତେବେ ଏହି ଏକତରଫା ମୁକାବିଲାଟି ମାତ୍ର ୧୫ ମିନିଟ୍‌ରେ ଶେଷ ହୋଇଥିଲା । ଏଥିରେ ବିଶ୍ୱର ଏକ ନମ୍ବର ଖେଳାଳି ଝେନ୍‌ଡୋଙ୍ଗ୍ ୧୧-୨, ୧୧-୯, ୧୧-୫ରେ ହରମିତ୍‌ଙ୍କୁ ପରାସ୍ତ କରିଥିଲେ । ଏହାପରେ ବିଶ୍ୱର ୩୭ତମ ସିଡେଡ୍ ଭାରତୀୟ ଖେଳାଳି ଜି. ସାଥିୟାନ୍‌ଙ୍କର ମୁକାବିଲା ମା ଲୋଙ୍ଗ୍‌ଙ୍କ ସହ ହୋଇଥିଲା । ଏହି ମ୍ୟାଚ୍‌ରେ ଲୋଙ୍ଗ୍ ମଧ୍ୟ ବେଶ୍ ସହଜରେ ୧୪-୧୨, ୧୧-୫, ୧୧-୦ରେ ବିଜୟୀ ହୋଇଥିଲେ । ଭାରତୀୟ ଦଳର ଶୋଚନୀୟ ପ୍ରଦର୍ଶନ ଏହିଠାରେ ଶେଷ ହୋଇ ନଥିଲା । ତୃତୀୟ ସିଙ୍ଗଲ୍ସ ମୁକାବିଲାରେ ଭାଗ ନେଇଥିବା ୱାଙ୍ଗ୍ ଚୁକୁନ୍ ଓ ମାନୁଶଙ୍କ ମଧ୍ୟରେ ବି ଲଢ଼େଇ ଏକତରଫା ରହିଥିଲା । ଏଥିରେ ଚୁକୁନ୍ ୧୧-୪, ୧୧-୫, ୧୧-୬ରେ ବିଜୟୀ ହୋଇଥିଲେ । ଏଥିସହ ଚୀନ୍ ୩-୦ରେ ବିଜୟୀ ହୋଇ କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking