33.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶ'ଶବ'ର ଗାଁ

‘ଶବ’ର ଗାଁ

ନୂଆଦିଲ୍ଲୀ: ଆମ ଦୁନିଆ ଅଜବ ଧରଣର ରହସ୍ୟରେ ଭରପୂର ହୋଇ ରହିଛି । ବିଶ୍ୱରେ ଅନେକ ସୁନ୍ଦର ଓ ଆକର୍ଷଣୀୟ ସ୍ଥାନ  ରହିଛି, ଯେଉଁଠାକୁ ଯିବା ପରେ ଆଉ ଫେରିବାକୁ ଇଚ୍ଛା ହୁଏନି । ହେଲେ କଣ ଆପଣ ଜାଣିଛନ୍ତି ରୁଷିଆ ରେ ଏକ ଏମିତି ଜାଗା ଅଛି, ଯେଉଁଠିକୁ ଯିବା ପରେ କେହି ବି ଆଉ ଫେରିପାରିନାହାନ୍ତି । ବାସ୍ତବରେ ଏହା ଏକ ରହସ୍ୟମୟ ଗାଁ, ଯାହାକୁ ଶବର ସହର କୁହାଯାଏ । କାରଣ ସେଠାକୁ ଯିଏ ବି ଯାଇଛି, ସେ ଆଉ ଫେରିପାରିନାହିଁ । ଆମେ ଯେଉଁ ଗାଁ କଥା କହୁଛୁ, ସେହି ଗାଁ ଟି ଉତ୍ତର ଓସୋଟିଆର ଦର୍ଗାବ୍ସ ରେ ଅବସ୍ଥିତ । ଏହା ହେଉଚି ଏକ ଶୂନଶାନ ଅଂଚଳ । ଭୟ କାରଣରୁ ଏହି ସ୍ଥାନରେ କେହି ବି ଯିବା ଆସିବା କରନ୍ତିନି । ଉଚ୍ଚ ଉଚ୍ଚ ପାହାଡ ମଧ୍ୟରେ ଲୁଚି ରହିଥିବା ଏହି ଗାଁ ଧଳା ପଥରରେ ନିର୍ମାଣ ହୋଇଥିବା ପ୍ରାୟ ୯୯ ଭୂତ କୋଠରୀ ରହିଛି, ଯେଉଁଟି ସ୍ଥାନୀୟ ଲୋକେ ନିଜ ପରିଜନଙ୍କ ଶବ ପୋତିଥିଲେ । ଏହା ମଧ୍ୟରେ ୪ ମହଲା ବିଶିଷ୍ଟ କୋଠା ବି ରହିଛି ।
ରିପୋର୍ଟ ଅନୁସାରେ, ଏହି କବର ସ୍ଥାନକୁ ୧୬ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା । ଏହା ହେଉଛି ଏକ ବଡ କବର ସ୍ଥାନ । କୁହାଯାଏ, ପ୍ରତିଟି ଶବ ଗୋଟିଏ ପରିବାର ସହ ସମ୍ବନ୍ଧିତ । ଯାହାକୁ କେବଳ ସେହି ପରିବାରର ସହସ୍ୟମାନେ ହିଁ ସମାଧି ଦେଇଛନ୍ତି । କେବଳ ଏତିକି ନୁହେଁ, ଏହି ସ୍ଥାନକୁ ନେଇ ଆହୁରୁ ଅନେକ ମାନ୍ୟତା ରହିଛି । ଲୋକଙ୍କ ବିଶ୍ୱାସ ରହିଛି ଯେ, ଏହି ସ୍ଥାନକୁ ଯିଏ ଆସିଚି, ସେ କେବେ ଫେରି ଯାଇପାରିନାହିଁ । କେବେ କେବେ ପର୍ଯ୍ୟଟକ ଏହି ସ୍ଥାନର ରହସ୍ୟ ଜାଣିବା ପାଇଁ ଆସନ୍ତି ।

ସେଠାରେ ପହଂଚିବା ଏତେ ସହଜ ନୁହେଁ । କାରଣ ସେଠାରେ ପହଂଚିବାକୁ ହେଲେ ଉଚ୍ ନିଚ୍ଚ ପାହାଡ ଓ ଅଙ୍କାବଙ୍କା ରାସ୍ତା ଦେଇ ଅତିକ୍ରମ କରିବାକୁ ପଡିବ । ଆଉ ସେଠାରେ ପାଗ ମଧ୍ୟ ସବୁବେଳେ ପ୍ରତିକୂଳ ରହିଥାଏ । ଯାହା ଆପଣଙ୍କ ଯାତ୍ରାରେ ବାଧା ସୃଷ୍ଟି କରିପାରେ । ତେବେ ସେଠାରେ ସମାଧି ଦିଆଯାଇଥିବା ସ୍ଥାନରେ ଡଙ୍ଗା ମିଳିଛି ବୋଲି କୁହାଯାଏ । ଫଳରେ ଏହି ଡଙ୍ଗା ମିଳିବାକୁ ନେଇ ସ୍ତାନୀୟ ଲୋକେ କୁହନ୍ତି, ଆତ୍ମାଙ୍କୁ ସ୍ୱର୍ଗ ପର୍ଯ୍ୟନ୍ତ ପଂହଚିବା ପାଇଁ ନଦୀ ପାର୍ ହେବାକୁ ପଡେ । ସେଥିପାଇଁ ଶବକୁ ଡଙ୍ଗା ଉପରେ ରଖି ସମାଧି ଦିଆଯାଉଥିଲା । ସେଠାରେ ଏକ କୂଅ ବି ମିଳିଛି । ଯାହାକୁ ନେଇ ଏମିତି ବି କୁହାଯାଏ, ଲୋକେ ନିଜ ପରିଜନଙ୍କୁ ସେଠାରେ ସମାଧି ଦେବା ପରେ କୂଅରେ ପଇସା ଫିଙ୍ଗୁଥିଲେ । ଯଦି ସେହି ସିକ୍କା ତଳକୁ ଯାଇ ପଥରରେ ବାଜେ, ତେବେ ଏହାର ଅର୍ଥ ହେଉଥିଲା କି ଆତ୍ମା ସ୍ୱର୍ଗ ପର୍ଯ୍ୟନ୍ତ ପହଂଚି ସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking