27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ*ରୁଟସ ଅଫ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ପରିବେଶ ଆଲୋଚନା ଚକ୍ର ଆୟୋଜିତ*

*ରୁଟସ ଅଫ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ପରିବେଶ ଆଲୋଚନା ଚକ୍ର ଆୟୋଜିତ*

ଲଣ୍ଡନ/ନୂଆଦିଲ୍ଲୀ/ମୁମ୍ବାଇ/ ଭୁବନେଶ୍ୱର ତା ୦୭.୦୬ ରୁଟସ୍ ଅଫ ଓଡ଼ିଶା ଫାଉଣ୍ଡେସନ ଓ “ହାଇଫାଇପ ସୋସିଆଲ ଇନୋଭେସନସ” (ଏଚ୍ ଏଫ୍ ଏସ ଆଇ)ର ମିଳିତ ସହଯୋଗରେ ଅନଲାଇନ୍ ଜରିଆରେ ବିଶ୍ଵ ପରିବେଶ ଦିବସ ପାଳନ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ଭର୍ଚୁଆଲ ଆନ୍ତର୍ଜାତିକ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ବିଶିଷ୍ଟ ବିଶେଷଜ୍ଞ ମାନେ ପରିବେଶ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସାଂପ୍ରତିକ ସମସ୍ୟା ଗୁଡିକ ସଂପର୍କରେ ବିଶଦ ଭାବେ ଆଲୋକପାତ କରିଥିଲେ।

ଲାଇଭ ଷ୍ଟ୍ରୀମିଙ୍ଗ ମାନସ ମନ୍ଥନ ବିଚାର ଗୋଷ୍ଠୀରେ ବାର୍ତ୍ତାଳାପ କୁ ଶୁଭାରମ୍ଭ କରି ରୁଟସ ଅଫ ଓଡ଼ିଶା ଫାଉଣ୍ଡେସନର ଅଧକ୍ଷ ତଥା ଚାଟାର୍ଡ ଆକାଉଣ୍ଟାଟ୍ ସୁଧିର କୁମାର ଦାଶ, ପରିବେଶର ସୁରକ୍ଷା କରିବା ଏବଂ ସୁନ୍ଦର ସ୍ବାସ୍ଥ୍ୟ କୁ ପ୍ରୋତ୍ସାହନ ଦେବା ଏଚ.ଏଫ୍.ଏସ.ଆଇ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଦର୍ଶାଇଥିଲେ। ଆଲୋଚନାରେ ଅଂଶଗ୍ରହଣ କରି ସ୍ଵତନ୍ତ୍ର ଅତିଥି ପ୍ରଫେସର ଡ଼ଃ ସଦାନନ୍ଦ ସାହୁ, କୋଭିଡ ମହାମାରୀ ବ୍ୟାପିବା ପଛରେ ବାତାବରଣ ର ଅସନ୍ତୁଳନ ଦିଗକୁ ଗମ୍ଭୀରତା ର ସହିତ ପର‌୍ୟ୍ୟବେକ୍ଷଣ କରାଯିବାର ଆବଶ୍ୟକତା ରହିଥିବା ଉଲ୍ଲେଖ କରିଥିଲେ।

ୱେବ୍ ବୈଠକକୁ ସମ୍ବୋଧନ କରି ମୁଖ୍ୟ ବକ୍ତା ଆଇ.ଆଇ.ଏସ.ଡି. ର ମହାନିର୍ଦ୍ଦେଶକ ଡଃ ଶ୍ରୀକାନ୍ତ ପାଣିଗ୍ରାହୀ ପରିବେଶ ସଙ୍କଟ ଯୋଗୁଁ ପୃଥିବୀ ଭଳି ଗ୍ରହ ଠାରୁ ଏହାର ଅଧିବାସୀ ମାନେ ଅଧିକ କ୍ଷତିଗ୍ରସ୍ତ ହେଉଥିବା ଦର୍ଶାଇଥିଲେ। ଡଃ ପାଣିଗ୍ରାହୀ ତୁରନ୍ତ ଉତ୍ତମ ପରିବେଶ ବ୍ୟବସ୍ଥାର ପୁନରୁଦ୍ଧାର ଏବଂ ପ୍ରକୃତି ଓ ମାନବ ର ଚିରାଚରିତ ପାରମ୍ପରିକ ସମ୍ପର୍କର ପୁନରୁତଥାନ ନେଇ ଜୋର୍ ଦେଇଥିଲେ।

ପ୍ରିଷ୍ଟାଇନ ୱାଟର ର ପରିଚାଳନା ନିର୍ଦ୍ଦେଶକ ରବିଚନ୍ଦ୍ରନ୍ ପରିବେଶ ଗତ ସମସ୍ୟା ଗୁଡିକର ପ୍ରକୃତ ସମାଧାନ ନୂତନ ଉଦ୍ଭାବନ ଦ୍ବାରା ହିଁ ସମ୍ଭବପର ହୋଇପାରିବ ବୋଲି ସୂଚାଇଥିଲେ। ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ଜନସାଧାରଣ ଭୋଗୁଥିବା ଅକଥନୀୟ ମନସ୍ତାତ୍ବିକ ବ୍ୟାଧି ଗୁଡ଼ିକର ନିରାକରଣ ଅତ୍ୟଧିକ ଚାପ ଓ ମନସ୍ତାପର ସଫଳ ନିୟନ୍ତ୍ରଣ ଦ୍ବାରା ହୋଇପାରିବ ବୋଲି ଭେଙ୍କଟେଶ୍ୱର ହସ୍ପିଟାଲର ନିର୍ଦ୍ଦେଶକ ବିକ୍ରମ କେଶରୀ ମହାନ୍ତି ମତ ପ୍ରକାଶ କରିଥିଲେ। ନାକାରାତ୍ମକ ଚିନ୍ତାଧାରା ଓ ଭାବାବେଗକୁ ପ୍ରତିହତ କରିବା ପାଇଁ ବହୁ ସରଳ ଉପାୟ ରହିଥିବା ପ୍ରସିଦ୍ଧ ମନୋବିଜ୍ଞାନୀ ପାରୁଲ ସିଂହ ଜଣାଇଥିଲେ। ସ୍ପର୍ଶ ହସ୍ପିଟାଲର ପ୍ରତିଷ୍ଠାତା ଡଃ ବିଶାଳ କପୁର ଏବେକାର ଘଡିସନ୍ଧି ମୁହୂର୍ତ୍ତକୁ ଦୃଷ୍ଟିରେ ରଖି ସମସ୍ତ ନାଗରିକ ଜଣେ ଜଣେ ପରିବେଶବିତ୍ ବନିବା ଓ ନିଜ ନିଜର ସମ୍ବଳ ମୁତାବକ ନିର୍ମଳ ପରିମଳ ପ୍ରତିଷ୍ଠା ନିମନ୍ତେ ସହଯୋଗ କରିବାକୁ ନିବେଦନ କରିଥିଲେ। ପୂର୍ବତନ ମିସେସ୍ ୟୁକେ ଇଣ୍ଡିଆ ପରବିନ ରାଣୀ ମହାମାରୀ ଯୋଗୁଁ ଭୀତତ୍ରସ୍ତ ବା ବିଶାଦଗ୍ରସ୍ତ ନ ହୋଇ ଭୁତାଣୁ କୁ ହରାଇବା ପାଇଁ ଶକ୍ତ ଓ ସଂପନ୍ନ ରହିବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଜୁନିଅର କିଶୋର କୁମାର ଭାବରେ ସୁଖ୍ୟାତି ଅର୍ଜନ କରିଥିବା ସୁଜିତ କୁମାର ଏବଂ ସୁପ୍ରସିଦ୍ଧ ଗାୟକ କୈଳାସ ବୈଷ୍ଣବ, ସେମାନଙ୍କର ଯାଦୁଭରା ସଙ୍ଗୀତ ପରିବେଷଣ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଶେଷରେ ମୁଖ୍ୟ ଆୟୋଜକ ସୁଧୀର କୁମାର ଦାଶ ୱେବିନାର ର ବ୍ୟାପକ ସଫଳତା ପାଇଁ ଅତିଥି, ବକ୍ତା ଏବଂ ଦର୍ଶକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking