34.1 C
Bhubaneswar
Friday, March 29, 2024
Homeଓଡିଶାବିଶ୍ୱକପ୍ ହକି ଖେଳସୂଚୀ ପ୍ରକାଶ

ବିଶ୍ୱକପ୍ ହକି ଖେଳସୂଚୀ ପ୍ରକାଶ

ଭୁବନେଶ୍ୱର : ୨୦୨୩ ଏଫଆଇଏଚ ପୁରୁଷ ବିଶ୍ୱକପ ହକିର ଖେଳସୂଚୀ ପ୍ରକାଶ । ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ ଏଫଆଇଏଚ ପୁରୁଷ ବିଶ୍ୱକପ ହକି । କଳିଙ୍ଗ ଷ୍ଟାଡିୟମ ରେ ହେବ ଫାଇନାଲ , ସେମିଫାଇନାଲ , କ୍ୱାର୍ଟର ଫାଇନାଲ । ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ୨୦ ମ୍ୟାଚ ।
ଭୁବନେଶ୍ୱର ଓ ରାଉରକେଲାରେ ହେବାକୁ ଥିବା ବିଶ୍ୱକପର ଉଦଘାଟନୀ ମ୍ୟାଚ୍ ୨୦୨୩ ଜାନୁଆରୀ ୧୩ ତାରିଖରେ କଳିଙ୍ଗ ହକି ଷ୍ଟାଡିୟମରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । କଳିଙ୍ଗରେ ସେହିଦିନ ଦ୍ୱିତୀୟ ମ୍ୟାଚ ଅଷ୍ଟ୍ରେଲିଆ ଓ ଫ୍ରାନସ ମଧ୍ୟରେ ଖେଳାଯିବ ।
ପରେ ସେହିଦିନ ରାଉରକେଲାର ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଇଂଲଣ୍ଡ ଓ ୱଲସ ମଧ୍ୟରେ ଖେଳାଯିବ । ଦ୍ଵିତୀୟ ମ୍ୟାଚରେ ଆୟୋଜକ ଭାରତର ମୁକାବିଲା ସ୍ପେନ ସହ ହେବ । ବିଶ୍ଵକପରେ ଭାଗ ନେଉଥିବା ସମସ୍ତ ଦଳ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ମ୍ୟାଚ ଖେଳିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking