34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗସମ୍ବିଧାନ ଦିବସ: ଜୟ ଭୀମ ନାରାରେ କମ୍ପିଲା ସହର

ସମ୍ବିଧାନ ଦିବସ: ଜୟ ଭୀମ ନାରାରେ କମ୍ପିଲା ସହର

ବଲାଙ୍ଗୀର : ଆଜି ଭାରତୀୟ ସମ୍ବିଧାନ ଦିବସ ଅବସରରେ ସ୍ଥାନୀୟ ମାଲ ଗେଦାମ ପଡା ସ୍ଥିତ ବାବା ସାହେବ ଆମ୍ବେଦକର କ୍ଲବରେ ଜିଲ୍ଲା ଦଳୀତ ମଂଚ ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଆଜି ସକାଳୁ ଜିଲ୍ଲା ବହୁଜନ ସମାଜ ପାର୍ଟି ସଭାପତି ଦ୍ରୋଣ କୁମ୍ଭାର ଙ୍କ ନେତୃତ୍ୱରେ ବିଭୀନ୍ନ ଦଳିତ ସଂଗଠନର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ବାବା ସାହେବ ଙ୍କ ମୁର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଦେଶ ପ୍ରତି ବାବା ସାହେବଙ୍କ ଅମୂଲ୍ୟ ଅବଦାନର ସ୍ମୁତିଚାରଣ କରିବା ସହିତ ଭାରତୀୟ ସମ୍ବିଧାନ ର ଗୁରୁତ୍ୱ ଉପରେ ଚର୍ଚ୍ଚା କାରାଯାଇଥିଲ।। ଭାରତୀୟ ସମ୍ବିଧାନ କିପରି ଭାବେ ଦେଶବାସୀଙ୍କୁ ଏକ ସୁତ୍ରରେ ଗଢି ରଖିବା ସହ ଜାତି, ଧର୍ମ, ବର୍ଣ୍ଣ, ଧନୀ,ଗରିବ ନିର୍ବିଶେଷରେ ସମସ୍ତ ଦେଶବାସୀଙ୍କୁ ସମ୍ମାନ ର ସହ ସମାନତାର ଅଧୀକାର ଦେଇ ପାରିଛି । କିନ୍ତୁ ବର୍ତ୍ତମାନ କିଛି ଶକ୍ତି ଏହାକୁ ବିଭିନ୍ନ ଆଳରେ ଦୁର୍ବଳ କରିବାକୁ ବସିଛନ୍ତି । ସାରା ଦେଶକୁ ଜାତି, ଧର୍ମର ଆଳରେ ଭାଗ ଭାଗ କରି ଦେଶବାସୀଙ୍କୁ ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ତଥା ଅଧିକାରରୁ ବଂଚିତ ରଖିବା ଚେଷ୍ଟା ରତ ଅଛନ୍ତି । ତେଣୁ ସାଧାରଣ ଜନତାଙ୍କୁ ନିଜର ଦୈନନ୍ଦିନ ଜିବନରେ ସମ୍ବିଧାନ ପଠନ ଓ ପାଳନ କରିବା ସହ ଏହାକୁ ଆହୁରି ମଝବୁତ କରିବା ଉପରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ପରେ ପରେ ସଂଗଠନ ତତରଫରୁ ଏକ ଭବ୍ୟ ବାଇକ ଶୋଭାଯାତ୍ରା ରେ ଜୟ ଭୀମ, ଜୟ ସମ୍ବିଧାନ ର ନାରା ଦେଇ ସହର ପରିକ୍ରମା କରାଯିବ ସହ ସହରରେ ଅବସ୍ଥିତ ସମସ୍ତ ବାବା ସାହେବଙ୍କ ପ୍ରତି ମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦଳୀତ ମଂଚ,ବହୁଜନ ସମାଜ ପାର୍ଟି ଓ ଭୀମ ଆର୍ମୀ ବିଭୀନ୍ନ କର୍ମକର୍ତ୍ତା ଯୋଗଦାନ କରିଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking