33.1 C
Bhubaneswar
Thursday, April 25, 2024
Homeଓଡିଶାକଳାହାଣ୍ଡିରେ ବିଶ୍ୱ ଏଡସ୍ ଦିବସ ପାଳିତ

କଳାହାଣ୍ଡିରେ ବିଶ୍ୱ ଏଡସ୍ ଦିବସ ପାଳିତ

କଳାହାଣ୍ଡି- ଆଜି ପାଳିତ ହେଉଛି ବିଶ୍ୱ ଏଡସ୍ ଦିବସ । ଆଗାମୀ ସମୟରେ ଏଡ଼ସ ମହାମାରୀର ରୂପ ନେବାକୁ ଯାଉଥିବା ନେଇ ବିଭିନ୍ନ ସମୟରେ ସତର୍କ କରାଯାଇଆସୁଛି। ଏହାର ନିୟନ୍ତ୍ରଣ ପାଇଁ ଜନସଚେତନତା ହିଁ ଏକମାତ୍ର ମାଧ୍ୟମ। କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ସଚେତନତା ରେଲି ବାହାରି ରେଡକ୍ରସ୍ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚିଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ପୁର୍ବତନ ବିଧାୟକ ଅନାମ ନାଏକ ଯୋଗଦାନ କରିଥିବା ବେଳେ ଏଡିଏମ ସରତ ଚନ୍ଦ୍ର ଶ୍ରୀଚନ୍ଦନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବନଲତା ଦେବିଙ୍କ ସମେତ ଅନ୍ୟ ଅତିଥି ମାନେ ଯୋଗଦାନ କରିଥିଲେ ।

ଜିଲ୍ଲାରେ ଗତ ୨୦୦୬ ମସିହାଠାରୁ ଏପର‌୍ୟ୍ୟନ୍ତ ୧୫୧ ଜଣ ଏଡସ୍ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ ଭବାନୀପାଟଣା ବ୍ଲକରେ ୨୭୫ ଜଣ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଜୁନାଗଡରେ ୧୩୮ , କେସିଙ୍ଗାରେ ୧୧୧ , ଧର୍ମଗଡରେ ୧୧୫ , ଗୋଲାମୁଣ୍ଡାରେ ୫୯ କୋକସରାରେ ୧୧୩ , ଜୟପାଟଣାରେ ୨୫ , କଲମପୁରରେ ୨୬ , ନର୍ଲାରେ ୪୦ , ମଦନପୁର ରାମପୁରରେ ୧୫ , କର୍ଲାମୁଣ୍ଡାରେ ୮ , ବିଶ୍ୱନାଥପୁର ରେ ୨୦ ଓ ଥୁଆମୁଳ ରାମପୁରରେ ୬ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ସଚେତନତା ର ଅଭାବ ଯୋଗୁଁ ଦିନକୁ ଦିନ ବଢିବାରେ ଲାଗିଛି । ଯଦି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ବ୍ୟାପକ ଭାବରେ ସଚେତନତା ସୃଷ୍ଟି ନକରାଏ ତେବେ କଳାହାଣ୍ଡି ଜିଲ୍ଲା ଏଡସ୍ ପ୍ରବଣ ଜିଲ୍ଲା ଭାବେ ପରିଗଣିତ ହେବାକୁ ଆଉ ବେସି ଦିନ ସମୟ ଲାଗିବନି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking