37.1 C
Bhubaneswar
Thursday, March 28, 2024
Homeଓଡିଶାଲକ୍ ଡାଉନ୍ : ସାଇକେଲରେ ବିହାର ବାହାରିଲେ ଶ୍ରମିକ

ଲକ୍ ଡାଉନ୍ : ସାଇକେଲରେ ବିହାର ବାହାରିଲେ ଶ୍ରମିକ

ଭୁବନେଶ୍ୱର : କରୋନା ପାଇଁ ଲାଗିଛି କଟକଣା। ଘରୁ ବାହାରିବାକୁ ମନା। ଯିଏ ହୁଅନ୍ତୁ ନା କାହିଁକି, ଜରୁରୀ କାମ ନ ଥିଲେ କେହି ବି ପଦାକୁ ବାହାରି ପାରିବେ ନାହିଁ। ବାଇକଠାରୁ ଆରମ୍ଭ କରି ବସ୍‌, ଟ୍ରକ୍‌, କାର୍‌, ଟ୍ରେନ୍‌, ବିମାନ ସେବା ସବୁ ଠପ୍‌। ରାସ୍ତାଘାଟ ବି ଖାଁ ଖାଁ। କେହି ବି କୁଆଡ଼େ ଯାଇପାରୁ ନାହାନ୍ତି କି ଆସିପାରୁ ନାହାନ୍ତି। ପ୍ରଶାସନର ନାଲିଆଖି ସାଙ୍ଗକୁ ପୁଲିସର ମାଡ଼ ଭୟ ସମସ୍ତଙ୍କୁ ଘରେ ରହିବାକୁ ବାଧ୍ୟ କରୁଛି।
ଏଭଳି ସମୟରେ ବିହାର, ଉତ୍ତରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟରୁ ଆସି ରାଜଧାନୀରେ ବିଭିନ୍ନ କାର୍ଯ୍ୟ କରୁଥିବା ହଜାର ହଜାର ଶ୍ରମିକ ଏବେ ଘରକୁ ଯିବା ପାଇଁ ବାହାରିଛନ୍ତି। ତେବେ ଟ୍ରେନ୍ ସେବା ବନ୍ଦ ହୋଇଥିବାରୁ ସେମାନଙ୍କ ଯିବା କଷ୍ଟକର ହୋଇପଡ଼ିଛି। ପାଖାପାଖି ୧୫ଦିନ ହେଲା କାମଧନ୍ଦା ବନ୍ଦ ହୋଇଯାଇଥିବାରୁ ପାଖରୁ ପଇସା ବି ସରିସରି ଆସୁଛି। ନୀଳାଦ୍ରିବିହାର, ସାଲିଆସାହି ପ୍ରଭୃତି ଅଞ୍ଚଳରେ ଏମାନେ ଫସି ରହିଛନ୍ତି। ନିଜ ଘରକୁ ଯିବା ପାଇଁ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି। ତିନି ଦିନ ହେଲା ସେମାନେ କମିସନରେଟ୍ ପୁଲିସ ସମେତ ପ୍ରଶାସନିକ ଅଧିକାରୀଙ୍କ ଦ୍ବାରସ୍ଥ ହୋଇ ନିରାଶ ହେବା ପରେ ଏବେ ବିକଳ୍ପ ବ୍ୟବସ୍ଥା ଆପଣାଇଛନ୍ତି। ଗାଡ଼ି ନ ହେଲା ନାହିଁ, ସାଇକେଲ୍ ଚଲାଇ ବିହାର ଯିବା ପାଇଁ ଶତାଧିକ ଶ୍ରମିକ ବାହାରିଥିବା ବାଣୀବିହାର ଓଭରବ୍ରିଜ୍ ଉପରେ ଦେଖିବାକୁ ମିଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking