28.1 C
Bhubaneswar
Thursday, March 28, 2024
Homeଓଡିଶାଆଜି ଶ୍ରମ ଦିବସ : ଝାଳ ନିଗୁଡ଼ୁଛି, ଭୋକ ମେଂଟୁନି

ଆଜି ଶ୍ରମ ଦିବସ : ଝାଳ ନିଗୁଡ଼ୁଛି, ଭୋକ ମେଂଟୁନି

ଭୁବନେଶ୍ୱର : ଆଜି ଶ୍ରମିକ ଦିବସ । ଏହା କେବଳ କାଗଜକଲମରେ । କିନ୍ତୁ ପ୍ରକୃତ ଝାଳ ନିଗାଡ଼ି ଯିଏ ଖରାରେ ନିଜର ହାଡ଼ଭଙ୍ଗା ଶ୍ରମ ଦିଏ, ସେ କ’ଣ ଜାଣିଥାଏ ଏହି ଦିନର ମର୍ମ । ଏହି ଗୋଟିଏ ଦିନ ଶ୍ରମିକଟିଏ ନିଜର କାମରୁ ଅବ୍ୟାହତି ପାଇ ପରିବାର ସହ କଟାଇବାକୁ ନିୟମ ହୋଇଛି । ହେଲେ ଦିନଟିଏ ବସିଲେ ଯେ ଚୁଲି ଜଳିବନି ଏକଥା ଜାଣିଥିବା ଶ୍ରମିକଟିଏ କ’ଣ ସତରେ ଏହାର ସୁବିଧା ପାଏ? ଶ୍ରମିକ ଦିବସରେ ଏଭଳି ପ୍ରଶ୍ନ ଏବେ ଆନ୍ଦୋଳିତ କରୁଛି ମଣିଷ ହାଟର ବିକଳ ଚିତ୍ର ଦେଖିଲେ ।

ସୂଚନା ଅନୁଯାୟୀ ନୟାଗଡ଼ ଜିଲ୍ଲାରେ ଏବେ ୫୩ ହଜାର ଶ୍ରମିକ ପଞ୍ଜିକୃତ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଖରେ ପରିଚୟପତ୍ର ନାହିଁ । ଫଳରେ ସେମାନେ ସରକାରୀ ବ୍ୟବସ୍ଥା ବା ସୁବିଧା ସୁଯୋଗରୁ ବଞ୍ôଚତ ହେଉଛନ୍ତି । ଜିଲ୍ଲାରେ ଜିଲ୍ଲା ଶ୍ରମ ଅଧିକାରୀ ନଥିବାରୁ ବର୍ଷ ବର୍ଷ ଧରି ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ନାମ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କ ନାମ ପଞ୍ଜୀକରଣ ହୋଇ ପାରୁନାହିଁ । ଏମିତିରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ୩୦ହଜାର ନିର୍ମାଣ ଶ୍ରମିକଙ୍କର ଦରଖାସ୍ତ ପଡ଼ିରହିଛି । ବିଭିନ୍ନ ସରକାରୀ ସହାୟତା ପାଇବା ପାଇଁ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ନାମକୁ ନବୀକରଣ କରାଯାଉ ନାହିଁ । ଫଳରେ ଶ୍ରମିକମାନେ ମୃତ୍ୟୁକାଳୀନ, ପିଲାଙ୍କ ପାଠପଢ଼ା, ପ୍ରସୂତୀ କାଳୀନ, ଝିଅ ବାହାଘର ଭଳି ନାନା ସାମାଜିକ କାର୍ଯ୍ୟପାଇଁ ଉର୍ଦ୍ଦିଷ୍ଟ ସରକାରୀ ଯୋଜନାରୁ ବଞ୍ôଚତ ହେଉଛନ୍ତି ।

ସେହିପରି ଗ୍ରୀଷ୍ମ ଦିନରେ ଦିନ ୧୧ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ କେହି କାମରେ ଲଗାଇ ପାରିବେନି ବୋଲି ସରକାରୀସ୍ତରରେ ନିଷ୍ପତ୍ତି ନିଆଯାଇଛି । ମାତ୍ର ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଉନି । ଫଳରେ ଶ୍ରମିକମାନେ ମୁଣ୍ଡଫଟା ଖରାରେ ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ଭାବେ କାମ କରୁଛନ୍ତି । ସାମାଜିକ ସୁରକ୍ଷା ଓ ସର୍ବନିମ୍ନ ମଜୁରୀରୁ ବଞ୍ôଚତ ରହିଛନ୍ତି । ଶ୍ରମିକଙ୍କୁ କୁଶଳୀ, ଅଣ କୁଶଳୀ, ଅର୍ଦ୍ଧ କୁଶଳୀ ଓ ଉନ୍ନତ କୁଶଳୀ ଏପରି ୪ ଭାଗରେ ବିଭକ୍ତ କରିଥିଲେ ମଧ୍ୟ ସେମାନଙ୍କ ପାଇଁ ଭିନ୍ନଭିନ୍ନ ମଜୁରୀ ଧାର୍ଯ୍ୟହୋଇ ତାହା କାର୍ଯ୍ୟକାରୀ କରାଯାଉନି । ଏହାଛଡ଼ା ରାଜ୍ୟ ଶ୍ରମିକ କଲ୍ୟାଣ ପରିଷଦରେ ଥିବା କୋଟି କୋଟି ଟଙ୍କା ଶ୍ରମିକଙ୍କ କାର୍ଯ୍ୟରେ ଆସୁ ନାହିଁ । ସମଗ୍ର ରାଜ୍ୟରେ ଶ୍ରମିକଙ୍କ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଶ୍ରମ ବିଭାଗ କର୍ମଚାରୀଙ୍କ ମନୋମୁଖୀ କାର୍ଯ୍ୟ ସାଙ୍ଗକୁ ଆବଶ୍ୟକ କର୍ମଚାରୀ ଅଭାବରୁ ସମ୍ପ୍ରତି ଶ୍ରମିକମାନେ ଏବେ ନାନା ସମସ୍ୟାରେ ପେଷି ହେଉଛନ୍ତି । ଫଳରେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ପଳାଉଥିବା ଦେଖିବାକୁ ମଧ୍ୟ ମିଳୁଛି । ଶ୍ରମିକମାନେ ଏମିତି ଅବହେଳିତ ତଥା ନିଷ୍ପେସିତ ଅବସ୍ଥାରେ କାଳାତିପାତ କରୁଥିବା ବେଳେ ଶ୍ରମିକ ଦିବସ ପାଳନ ହାସ୍ୟାସ୍ପଦ କଥା ବୋଲି ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking