31.1 C
Bhubaneswar
Friday, March 29, 2024
Homeଓଡିଶା୭୦ % ଶ୍ରମିକ ପାଇନାହାନ୍ତି ଅର୍ଥ

୭୦ % ଶ୍ରମିକ ପାଇନାହାନ୍ତି ଅର୍ଥ

ଯାଜପୁର : କରୋନା ସଂକ୍ରମଣ ନ ବ୍ୟାପିବା ପାଇଁ ସମଗ୍ର ଦେଶରେ ଲକଡାଉନ ଓ ସର୍ଟଡାଉନ ରେ ବିଶେଷ କରି ନିର୍ମାଣ ଶ୍ରମିକ ଓ ଅଣସଂଘଟିତ ଶ୍ରମିକ ତଥା ଦିନ ମଜୁରିଆ ବ୍ୟାପକ ଭାବେ ଆର୍ଥିକ ଅନାଟନ ରେ ପଡ଼ିଛନ୍ତି | ଘଟଣା ର ସ୍ଥାୟୀ ପ୍ରତିକାର ନିମନ୍ତେ ରାଜ୍ୟ ଶ୍ରମ ଅୟୁକ୍ତ ପତ୍ର ସଂଖ୍ୟା 684 ତା 3/04/20 ରିଖ ରେ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଅର୍ଥ ବଣ୍ଟନ ନିମନ୍ତେ ଜରୁରୀ ଚିଠି ଲେଖିଥିଲେ | ସେ ମଧ୍ୟ ଉଲ୍ଲେଖ କରିଥିଲେ କି ପଞ୍ଜିକୃତ କରିଥିବା ଓ ଯେଉଁ ମାନେ 2017 ଠାରୁ 2019 ପର୍ଯ୍ୟନ୍ତ ନିଜର ନାମ ପଞ୍ଜିକରଣ ସହିତ ନବୀକରଣ ଦେୟ ପୈଠ କରିଥିବେ ସେମାନେ 1500 ଟଙ୍କା ପାଇବା ପାଇଁ ଯୋଗ୍ୟ ଅଟନ୍ତି | ହେଲେ ଆଜକୁ 20 ଦିନ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ଅଦ୍ୟାବଧି ଶତକଡା 30% ଭାଗ ନିର୍ମାଣ ଶ୍ରମିକ ଅର୍ଥ ପାଇଛନ୍ତି | ଏପରିକି 2013 ମସିହାରୁ ନିର୍ମାଣ ଶ୍ରମିକ ଭାବେ ନାମ ପଞ୍ଜିକରଣ କରିଥିବା ଶ୍ରମିକ 7 ବର୍ଷ ଧରି ନବୀକରଣ ଦେୟ ନଦେଇ ସେମାନେ ଅର୍ଥ ସହାୟତା ପାଇବା ଘଟଣା କୁ ରାଜ୍ୟ ଆଇଏନଟିୟୁସିର ଉପ- ସଭାପତି ବିଦ୍ୟାଧର ମହାନ୍ତି ଏନ.ଆଇ.ସି. ର ଏହି ଭୁଲ  ତଥ୍ୟ ପ୍ରତି ଆଙ୍ଗୁଳି ନିର୍ଦେଶ କରିଛନ୍ତି |. ଶ୍ରୀ ମହାନ୍ତି ଙ୍କ କହିବା ଅନୁଯାଇ ରାଜ୍ୟ ଶ୍ରମ ଦପ୍ତର ଏହି ଅର୍ଥ ବଣ୍ଟନ କୁ ଆଖିଆଗରେ ରଖି ସମସ୍ତ ଜିଲ୍ଲାପାଳ ମାନଙ୍କୁ ପଞ୍ଜିକୃତ ସଂଖ୍ୟା ଅନୁସାରେ ଏକ ତାଲିକା ସହିତ ଅର୍ଥ ପୈଠ କରିଥିଲେ,| ତତ ଅନୁଯାଇ ଜିଲ୍ଲାପାଳମାନେ ଶ୍ରମ ଅଧିକାରୀ ମାନଙ୍କ ଦ୍ୱାରା ବ୍ଲକ ଓ ପୌର ସଂସ୍ଥା ରେ ଥିବା ହିତାଧିକାରୀ ମାନଙ୍କ ନାମ ଚିହ୍ନଟ କରି ଅର୍ଥ ବଣ୍ଟନ ର ପ୍ରକ୍ରିୟା ଆରମ୍ବ କରିବାକୁ ନିର୍ଦେଶ ଦେଲେ | କଁl ଭା କେତେକ ପଂଚାୟତ ରେ ଥିବା ଗାଁ ଓ ପୌର ପରିଷଦ ରେ ଥିବା କେତେକ ୱାର୍ଡ ରେ ନିର୍ମାଣ ଶ୍ରମିକ ହିତାଧିକାରୀ ଙ୍କୁ ଛାଡିଦେଲେ ବହୁତ ସଂଖ୍ୟାରେ ନିର୍ମାଣ ଶ୍ରମିକ ଙ୍କ ନାମ ନିଜ ଠିକଣା ରେ ନରହି ଅନ୍ୟ ଗ୍ରାମ ପଂଚାୟତ କୁ ଚାଲିଯିବା ଫଳରେ ଶ୍ରମିକ ଅର୍ଥ ପାଇବାରେ ବାଧକ ସୃଷ୍ଟି ହେଉଛି, |ବିଭିନ୍ନ ଜିଲ୍ଲାର ଶ୍ରମ ଅଧିକାରୀ ମାନେ ପଂଜିକୃତ ଶ୍ରମିକ ସଂଗଠନ ମାନଙ୍କ  ସହିତ ତାଲିକା ଚି଼ହ୍ନଟ ସମ୍ପର୍କରେ ଆଲୋଚନା ନକରି “ଧର୍ମ କୁ ଆଖି ଠାର ସଦୃଶ୍ୟ” ବ୍ଲକ ତଥା ପୌର ସଂସ୍ଥା ଗୁଡ଼ିକୁ ନାମ ତାଲିକା ଓ ଟଙ୍କା ଧରାଇ ଦେଇଛନ୍ତି | ସାମାଜିକ ଦୂରତା ନାମରେ ଘରେ ରହି ସୁସ୍ଥ ଜୀବନ ଜାପାନ କରୁଛନ୍ତି,| ଯାହା ଦ୍ୱାରା ନିର୍ମାଣ ଶ୍ରମିକ ମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି | ଶ୍ରମ ବିଭାଗ ର ଏହି ଅବେବସ୍ଥା ର ସ୍ଥାୟୀ ସମାଧାନ ନିମନ୍ତେ ଶ୍ରୀ ମହାନ୍ତି ଶ୍ରମ ଆୟୁକ୍ତ ଙ୍କୁ ଏକ ପତ୍ର ଦେବା ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି | ତେଣୁ ରାଜ୍ୟରେ ପଞ୍ଜିକୃତ ସମସ୍ତ ନିର୍ମାଣ ଶ୍ରମିକ ମାନଙ୍କୁ ତୁରନ୍ତ ଅର୍ଥ ସହାୟତା ଦେବା ଓ ସମସ୍ତ ପଂଜିକୃତ ଅଣସଂଘଟିତ ଶ୍ରମିକ ମାନଙ୍କୁ ଏହି ତାଲିକା ରେ ଅନ୍ତର୍ଭୁକ୍ତ  କରିବା ସହିତ ସେମାନଙ୍କ ବ୍ୟାଙ୍କ ଖାତା ଜରିଆରେ ଅର୍ଥ ପୌଠ କଲେ ଏହାର ସ୍ଥାୟୀ ସମାଧାନ ହୋଇ ପାରିବ ବୋଲି ଶ୍ରୀ ମହାନ୍ତି ଉଲ୍ଲେଖ କରିଛନ୍ତି |
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking