36.7 C
Bhubaneswar
Tuesday, April 16, 2024
Homeଓଡିଶାବ୍ରହ୍ମପୁରରୁ ପଶ୍ଚିମ ଓଡ଼ିଶା ଅଭିମୁଖେ ଶ୍ରମିକ

ବ୍ରହ୍ମପୁରରୁ ପଶ୍ଚିମ ଓଡ଼ିଶା ଅଭିମୁଖେ ଶ୍ରମିକ

ଗଞ୍ଜାମ : ଲକ୍‌ଡାଉନ୍ ଯୋଗୁ ବ୍ରହ୍ମପୁରରେ ପରିବାର ସହ ଫସି ରହିଥିବା ପଶ୍ଚିମ ଓଡ଼ିଶାର କେତେକ ଶ୍ରମିକ ଘରମୁହାଁ ହୋଇଛନ୍ତି। ଏକ ପୋଲ କାମ କରିବାକୁ ଗତ ଡିସେମ୍ବରରେ ବଲାଙ୍ଗୀର ଓ ବରଗଡ଼ ଜିଲାରୁ ଏହି ଶ୍ରମିକମାନେ ପରିବାର ସହ ବ୍ରହ୍ମପୁରକୁ ଆସିଥିଲେ। କରୋନା ପାଇଁ ଲକ୍‌ଡାଉନ ଲାଗୁ ହୋବରୁ ଆଉ କାମ ମିଳିଲାନି। ଖାଇବା ପାଇଁ ପଇସା ନାହିଁ। ତେଣୁ ସମସ୍ତେ ଘରକୁ ଫେରିବାକୁ ସୋମବାରରୁ ବ୍ରହ୍ମପୁରରୁ ଚାଲିବା ଆରମ୍ଭ କରିଛନ୍ତି। ଜଣେ ଗର୍ଭବତୀ, ୧୩ ଶିଶୁଙ୍କ ସମେତ ୬୦ ଜଣ ୩ ଦିନ ହେଲା ଚାଲୁଥିଲେ ମଧ୍ୟ ବାଟରେ ପୋଲିସ କିମ୍ବା ପ୍ରଶାସନ କେହି ହେଲେ ଅଟକାଉ ନାହାନ୍ତି।
ବୁଧବାର ସେମାନେ ଭଞ୍ଜନଗରରେ ପହଞ୍ଚିଥିଲେ। ଦମକଳ କେନ୍ଦ୍ର ନିକଟରେ ଗର୍ଭବତୀ ଜଣକ ଚାଲିବା ବେଳେ ପଡ଼ିଯାଇଥିଲେ। ସେଠାରେ ଉପସ୍ଥିତ ଥିବା କେତେକ ଯୁବକ ଏବଂ ସରକାରୀ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାକୁ ଆଣିଥିଲେ। ଚିକିତ୍ସା ପରେ କିଛି ଘଣ୍ଟା ସେଠାରେ ରହିବା ପରେ ମହିଳା ଜଣକ ପୁଣି ତାଙ୍କ ପରିବାର ଲୋକଙ୍କ ସହ ଚାଲିଥିଲେ। ସୋରାଦେବୀ ମନ୍ଦିରଠାରେ ହେଲପିଂ ହ୍ୟାଣ୍ଡ କ୍ଲବ ସହାୟତାରେ ଭଞ୍ଜନଗର ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଖାଇବାକୁ ଦିଆଯାଇଥିଲା। ତାହା ପୂର୍ବରୁ ଏନ୍‌ଏସି ଓ ବ୍ଲକ ପ୍ରଶାସନ ପକ୍ଷରୁ ଜଳଖିଆ ଦିଆଯାଇଥିଲା।
ସେହିପରି କଣ୍ଟେଇପଲ୍ଲୀର କେତେକ ଯୁବକ ଏବଂ ଭଞ୍ଜନଗରର କେତେଜଣ ଖାଦ୍ୟ ଖାଇବାକୁ ଦେଇଥିଲେ। ଚାଲୁଥିବା ଶ୍ରମିକଙ୍କ ମଧ୍ୟରୁ ବରଗଡ଼ ଜିଲା କଁଷଡ଼ା ପଞ୍ଚାୟତର ତେଜରଞ୍ଜନ ମହାର କହିଛନ୍ତି, ବ୍ରହ୍ମପୁର କନିଷିରେ ଫସି ରହିଥିବା ବେଳେ ପ୍ରଶାସନ ପକ୍ଷରୁ କେଉଁଠି ଖାଦ୍ୟ ଦିଆଯାଉଛି ତାହା ଜାଣିପାରି ନ ଥିଲୁ। ଖାଇବାକୁ ନ ପାଇବାରୁ ଚାଲି ଚାଲି ଘରକୁ ଫେରିବା ପାଇଁ ନିଷ୍ପତ୍ତିି ନେଇଥିଲୁ। ବାଟରେ ଆମକୁ କେହି ସାହାଯ୍ୟ କରି ନ ଥିଲେ। ଏ ନେଇ ଭଞ୍ଜନଗର ବିଡିଓ ଅନୀଲ ସେଠୀଙ୍କୁ ପଚାରିବାରୁ ଶ୍ରମିକମାନଙ୍କୁ ଏଠାରେ ରହିବା ପାଇଁ କୁହାଯାଇଛି। ହେଲେ ସେମାନେ ଶୁଣିଲେ ନାହିଁ। ସେମାନେ ଚାହିଁଲେ ରହିବା ବ୍ୟବସ୍ଥା କରାଯିବବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking