33.1 C
Bhubaneswar
Thursday, April 25, 2024
Homeଓଡିଶାଜୁଲାଇ ୩୧ ଯାଏ ୱାର୍କ ଫ୍ରମ ହୋମ

ଜୁଲାଇ ୩୧ ଯାଏ ୱାର୍କ ଫ୍ରମ ହୋମ

ଭୁବନେଶ୍ୱର: ଅଣାୟତ୍ତ ହୋଇପଡିଛି ଆତ୍ମଘାତୀ ଭାଇରସ କରୋନା । ଏହା ବର୍ତମାନ ପରିସ୍ଥିତିରେ ଥମିବାର ନା ଧରୁନାହିଁ । ସେଥିପାଇଁ ସରକାରଙ୍କ ପକ୍ଷରୁ ଏହାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । କରୋନା ସଂକ୍ରମଣ ନ ବ୍ୟାପିବାକୁ ସମସ୍ତ କର୍ମଚାରୀ ୱାର୍କ ଫ୍ରମ ହୋମ ପାଇଁ ଘୋଷଣା ହୋଇଥିଲା । ଯାହାର ଅବଧି ଏପ୍ରିଲ ୩୦ ଯାଏଁ ଥିଲା । ମାତ୍ର ଏବେ ମେ ୩ରେ ଶେଷ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ଲକ ଡାଉନ । ଆଉ ଏହାପରେ ବି ଆହୁରି ମାସେ ପର୍ଯ୍ୟନ୍ତ ଲକ ଡାଉନ ବୃଦ୍ଧି ହୋଇପାରେ ବୋଲି ସୂଚନା ମିଳିଛି । ସେଥିପାଇଁ କରୋନାକୁ ଦୃଷ୍ଟିରେ ରଖି ୱାର୍କ ଫ୍ରମ ଅବଧି ବଢାଇଛନ୍ତି କେନ୍ଦ୍ର ସରକାର । ତେବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ପରେ ଏ ନେଇ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସୂଚନା ପ୍ରଦାନ କରିଛନ୍ତି । କରୋନା ପାଇଁ ଲାଗୁ ହୋଇଥିବା ୱାର୍କ ଫ୍ରମ ହୋମ୍ ଏପ୍ରିଲ ୩୦ ଯାଏ ଲାଗୁ ଥିଲା । ଏବେ ଏହି ଅବଧିକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking