30.1 C
Bhubaneswar
Friday, April 19, 2024
Homeଦେଶ ବିଦେଶୱାର୍କ ଫ୍ରମ୍ ହୋମ୍ ସ୍କିମ୍ ବନ୍ଦକଲା ଟିସିଏସ୍‌

ୱାର୍କ ଫ୍ରମ୍ ହୋମ୍ ସ୍କିମ୍ ବନ୍ଦକଲା ଟିସିଏସ୍‌

ମୁମ୍ବାଇ: କୋଭିଡ୍ ସମୟରେ ବିଭିନ୍ନ କାର୍ଯ୍ୟାଳୟ ବିଶେଷ କରି ଆଇଟି କମ୍ପାନୀଗୁଡିକ ସେମାନଙ୍କ କର୍ମଚାରୀଙ୍କ ପାଇଁ ‘ୱାର୍କ ଫ୍ରମ୍ ହୋମ୍‌’ ସ୍କିମ୍ ଲାଗୁ କରିଥିଲେ । ଏହି ସ୍କିମ୍ ଦ୍ୱାରା କର୍ମଚାରୀମାନେ ଅଫିସ ନଯାଇ ଘରୁ କାର୍ଯ୍ୟ କରୁଥିଲେ । ବର୍ତ୍ତମାନ ଭାରତର ଅନ୍ୟତମ ଅଗ୍ରଣୀ ଆଇଟି କମ୍ପାନୀ ଟାଟା କନ୍‌ସଲଟାନ୍ସି ସର୍ଭିସେସ୍ (ଟିସିଏସ୍‌) ଏହି ସ୍କିମ୍‌କୁ ପ୍ରତ୍ୟାହାର କରିଥିବାବେଳେ ସପ୍ତାହରେ ଅତିକମରେ ୩ ଦିନ ଅଫିସ ଆସିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଇତିପୂର୍ବରୁ କମ୍ପାନୀର ବରିଷ୍ଠ ଅଧିକାରୀମାନେ ନିୟମିତ ଅଫିସ ଆସୁଛନ୍ତି । ତେବେ କେଉଁ ତାରିଖରୁ ଅଫିସ ଆସିବାକୁ ପଡିବ, ତାହା କମ୍ପାନୀ ସ୍ପଷ୍ଟ କରିନାହିଁ । ଏଥିପାଇଁ କର୍ମଚାରୀମାନଙ୍କୁ ସେମାନଙ୍କର ସିନିୟରଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking