28.1 C
Bhubaneswar
Thursday, March 28, 2024
Homeଓଡିଶାଲକ୍ଷାଧିକ ଟଙ୍କାର କାଠ ଜବତ

ଲକ୍ଷାଧିକ ଟଙ୍କାର କାଠ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଦୁର୍ଗାଗୁଡି ସାହି ଓ ଆଶିର୍ବାଦ କଲୋନୀ ରେ ବନବିଭାଗ ପକ୍ଷରୁ ଚଢାଉ କରି ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ବନଖଣ୍ଡିୟ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ରେଞ୍ଜର ବାସୁଦେବ ନାୟକ ସ୍ଟାଫ ମାନଙ୍କୁ ନେଇ ଶ୍ରୀହରି ନାଗ ଆଶ୍ରିବାଦ କଲୋନୀ ଓ ଅର୍ଜୁନ ମହାରଣ ଦୁର୍ଗାଗୁଡି ସାହି ରେ ଚଢ଼ାଉ କରି ସାଗୁଆନ ଓ ଗମ୍ଭାର ପଟ ଓ ସାଇଜ କାଠ ଜବତ କରାଯାଇଛି। ଜବତ କାଠର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ରେଞ୍ଜର ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଚଢ଼ାଉ ସମୟରେ ରେଞ୍ଜ ଅଫିସର ଫରେଷ୍ଟର ଓ ଗାର୍ଡ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking