28.1 C
Bhubaneswar
Thursday, March 28, 2024
Homeଓଡିଶାମହିଳା ବିଜେଡି ଦଳର ବୈଠକ

ମହିଳା ବିଜେଡି ଦଳର ବୈଠକ

ଢେଙ୍କାନାଳ : ଓଡିଶାର ଖଣି ଓ ପୁର୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ କୁମାର ମଲ୍ଲିକ ଓ ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ଜିଲ୍ଲା ସଂପାଦିକା ତିଳୋତମ ଚୌଧୁରୀଙ୍କ ନେତୃତ୍ୱରେ ଭୁବନ ବ୍ଲକ୍ ମହିଳା ସଭାନେତ୍ରୀ ସଂଧ୍ୟାରାଣୀ ନାୟକ ଓ ନାରୀନେତ୍ରୀ ଆନନ୍ଦିତା ମିଶ୍ରଙ୍କ ସହଯୋଗରେ ଏକତାଳି ଏବଂ ମଠକରଗୋଳା ପଂଚାୟତର ମହିଳାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଅଂଚଳର ମହିଳାମାନଙ୍କ ସୁଖ, ଦୁଃଖ ଓ ଭଲମନ୍ଦ ବୁଝିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା, ମିଶନଶକ୍ତି ମାଧ୍ୟମରେ ସୁବିଧା ସୁଯୋଗ ଗ୍ରାମର ମହିଳାମାନଙ୍କ ନିକଟରେ ପହଚାଂଇବା ବାବଦରେ ଆଲୋଚନା କରିବା ସହିତ ସ୍ମାର୍ଟ ହେଲ୍‌ଥ୍ କାର୍ଡ ବିଷୟରେ ମହିଳାମାନଙ୍କୁ ଅବଗତ କରାଇଥିଲେ ।

ମହିଳାମାନେ କିପରି ମିଶନଶକ୍ତି ମାଧ୍ୟମରେ ଟଙ୍କା ଋଣ ଆଣି ବିଭିନ୍ନ ପ୍ରକାର ବ୍ୟବସାୟ ଯଥା- ବଡି, ପାମ୍ପଡ, ଧୂପକାଠି, ଫିନାଇଲ୍ ଇତ୍ୟାଦି ତିଆରି କରି ନିଜେ ସ୍ୱାବଲମ୍ବି ହୋଇ ଅର୍ଥ ଉପାର୍ଜନ କରିପାରିବେ ସେ ବିଷୟରେ ଜିଲ୍ଲା ସଂପାଦିକା ଶ୍ରୀମତୀ ଚୌଧୁରୀ ମହିଳାମାନଙ୍କୁ ବୁଝାଇଥିଲେ । ଏ ବିଷୟରେ ସେ ମାନ୍ୟବର ମନ୍ତ୍ରୀ ଓ ମାନ୍ୟବର ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ମଧ୍ୟ କହିଛନ୍ତି । ମହିଳାମାନଙ୍କ ଉନ୍ନତି ପାଇଁ ପ୍ରଶାସନିକ ସ୍ଥରରେ ସବୁ ପ୍ରକାର ଚେଷ୍ଟା ଓ ସହଯୋଗ କରିବେ ବୋଲି ଶ୍ରୀମତୀ ଚୌଧୁରୀ ମହିଳା ମାନଙ୍କୁ ପ୍ରତିଶୃତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking