ମହିଳା ଟି-୨୦ ବିଶ୍ବକପ : ଆଜି ଭାରତ-ଇଂଲଣ୍ଡ ସେମିଫାଇନାଲ ମ୍ୟାଚ୍

ସିଡନୀ : ଅଷ୍ଟ୍ରେଲିଆରେ ଖେଳାଯାଉଥିବା ମହିଳା ଟି-୨୦ ବିଶ୍ବକପ୍‌ର ସେମିଫାଇନାଲ୍ ମ୍ୟାଚରେ ଗୁରୁବାର ଭାରତର ମୁକାବିଲା ଇଂଲଣ୍ଡ ସହ ହେବ। ଚଳିତ ବିଶ୍ବକପରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଶୀର୍ଷ ସ୍ଥାନରେ ରହି ସେମିଫାଇନାଲରେ ପ୍ରବେଶ କରିଥିବା ଦୃଷ୍ଟିରୁ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିବାକୁ ଆଶା ରହିଛି । ମହିଳା ଟି-୨ ବିଶ୍ବକପ୍‌ର ପୂର୍ବ ସଂସ୍କରଣ ଗୁଡ଼ିକରେ ଭାରତୀୟ ଦଳ କେବେ ବି ଫାଇନାଲରେ ପ୍ରବେଶ କରିନଥିବା ବେଳେ ଚଳିତଥର ଟାଇଟଲ୍ ହାସଲ କରିବ ବୋଲି ଅନେକ କ୍ରିକେଟ୍ ପଣ୍ଡିତ ଆଶା ରଖିଛନ୍ତି। ଭାରତୀୟ ଦଳ ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପୂର୍ବରୁ ଖେଳାଯାଇଥିବା ୫ଟି ଯାକ ମ୍ୟାଚ୍‌ରେ ଇଂଲଣ୍ଡ ଦଳ ବିଜୟୀ ହୋଇଥିବାରୁ ସେମିଫାଇନାଲ୍ ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।