26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶସେନା ବାହିନୀରେ ମହିଳାଙ୍କ ବଡ଼ ବିଜୟ

ସେନା ବାହିନୀରେ ମହିଳାଙ୍କ ବଡ଼ ବିଜୟ

ନୂଆଦିଲ୍ଲୀ: ସେନା ବାହିନୀରେ ମହିଳା ଅଧିକାରୀମାନଙ୍କୁ ‘ପର୍ମାନେଣ୍ଟ୍ କମିସନ୍’ ଦିଆଯିବା ଉଚିତ ବୋଲି ସୁପ୍ରିମ୍ କୋର୍ଟ ଆଜି ରାୟ ଦେଇଛନ୍ତି । ଏଥିପାଇଁ ସରକାର ନିଜର ମନୋଭାବ ବଦଳାଇବା ଆବଶ୍ୟକ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି । ସ୍ଥଳ ସେନାରେ ମହିଳା ଅଧିକାରୀଙ୍କୁ ଏଣିକି ସ୍ଥାୟୀ ପଦପଦବୀ ମିଳିବ । ଆଜି ଏହି ମର୍ମରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି । ପୂର୍ବରୁ ୨୦୧୦ରେ ଦିଲ୍ଲୀ ହାଇକୋର୍ଟ ସେନା ବାହିନୀରେ ମହିଳା ଅଫିସରମାନଙ୍କୁ ସେନା ବାହିନୀରେ ପୁରୁଷ ଅଧିକାରୀଙ୍କ ପରି ସ୍ଥାୟୀ କମାଣ୍ଡିଂ ପଦପଦବୀ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହାକୁ କେନ୍ଦ୍ର ସରକାର ଗ୍ରହଣ କରି ନଥିଲେ ଏବଂ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଆଜି ସୁପ୍ରିମକୋର୍ଟ କେନ୍ଦ୍ରର ସମସ୍ତ ଆବେଦନକୁ ଖାରଜ କରିଦେଇଛନ୍ତି । ଏଥିସହ ସରକାରଙ୍କ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ ବୋଲି କୋର୍ଟ କହିଛନ୍ତି । ପୁରୁଷଙ୍କ ଭଳି ସେନାରେ ମହିଳାଙ୍କ ନିଯୁକ୍ତି ପାଇଁ ମଧ୍ୟ ସମାନ ନୀତି ଅବଲମ୍ବନ କରାଯିବ ।ମହିଳା ଅଧିକାରୀମାନଙ୍କର ଶାରୀରିକ ଦକ୍ଷତା ଏବଂ ମାନସିକ ସ୍ଥିତିଜନିତ ସମସ୍ୟା ଅଛି ବୋଲି କେନ୍ଦ୍ର ସରକାର ଅଦାଲତଙ୍କୁ କହିଥିଲେ । ଏଥିପାଇଁ ମହିଳା ଅଧିକାରୀମାନେ କୌଣସି ଜରୁରୀ ପରିସ୍ଥିତିର ମୁକାବିଲା କରିବାରେ ଅସମର୍ଥ ହୋଇ ପାରନ୍ତି ବୋଲି କେନ୍ଦ୍ର ସରକାର ଆଶଙ୍କା ପ୍ରକାଶ କରିଥିଲେ ।
https://onakhabar.com/2020/02/17/cabinet-meeting-3/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking