28.1 C
Bhubaneswar
Wednesday, April 24, 2024
Homeଅପରାଧଅନୈତିକ ସମ୍ପର୍କ ଯୋଗୁଁ ବୋହୂର ମୁଣ୍ଡ କାଟିଲା ଶାଶୁ

ଅନୈତିକ ସମ୍ପର୍କ ଯୋଗୁଁ ବୋହୂର ମୁଣ୍ଡ କାଟିଲା ଶାଶୁ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଅନ୍ନାମାୟା ଜିଲ୍ଲା ରାୟାଚୋଟି ସହରର ରାମପୁରମ୍ ଅଞ୍ଚଳରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି, ଯେୁଁଠାରେ ସୁବାମା ନାମକ ଜଣେ ମହିଳା ନିଜ ବୋହୂ ବସୁନ୍ଧରା (୩୫) ଙ୍କ ମୁଣ୍ଡ କାଟିଦେଇଛନ୍ତି । କେବଳ ଏତିକି ନୁହେଁ, ବରଂ ଶାଶୁ ଜଣକ କଟାମୁଣ୍ଡକୁ ଧରି ରାସ୍ତାରେ ଚାଲି ଚାଲି ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ଓ ସେଠାରେ ଛୁରୀ ସହ ଆତ୍ମସମର୍ପଣ କରିଥିଲେ । ପୋଲିସର ସୂଚନାନୁସାରେ, ରାମପୁରମ୍ ଅଞ୍ଚଳରେ ରହୁଥିବା ବସୁନ୍ଧରାଙ୍କ ସ୍ୱାମୀ ରାଜା ଦଶ ବର୍ଷ ପୂର୍ବେ ଏକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ, ସେହି ଦିନଠାରୁ ବସୁନ୍ଧରା ତାଙ୍କ ଦୁଇ ସନ୍ତାନଙ୍କ ସହ ତାଙ୍କ ସାନ ଶାଶୁ ଅର୍ଥାତ୍ ସ୍ୱାମୀଙ୍କ ମାଉସୀଙ୍କ ସହ ରହୁଥିଲେ । ଗତ କିଛି ଦିନ ହେବ ବସୁନ୍ଧରାଙ୍କଠାରେ ଏକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା ।

ସେ ମଲ୍ଲିକାର୍ଜୁନା ନାମକ ଜଣେ ବ୍ୟକ୍ତିଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ, ଏହି କାରଣରୁ ସାନ ଶାଶୁ ଏବଂ ତାଙ୍କ ମଧ୍ୟରେ ବାରମ୍ବାର ଯୁକ୍ତିତର୍କ ଓ ଝଗଡା ହେଉଥିଲା । ଫଳରେ ଉଭୟଙ୍କ ମଧ୍ୟରେ ତିକ୍ତତା ବଢ଼ିବାକୁ ଲାଗିଲା । ଘଟଣାଦିନ ସକାଳେ ଉଭୟଙ୍କ ମଧ୍ୟରେ ବହୁତ ଝଗଡା ହୋଇଥିଲା, ବୋହୂ ବସୁନ୍ଧରା ସାନ ଶାଶୁଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ । ଶାଶୁ ଭୟ କରିଥିଲେ ଯେ, ଯଦି ବୋହୂ ନିଜ ପ୍ରେମିକ ସହ ମିଶି ତାଙ୍କୁ ମାରିବା ସହ ସମ୍ପତ୍ତି ଦଖଲ କରିବ, ତେବେ ନାତୁଣିମାନଙ୍କ ପାଇଁ ଆଉ କିଛି ସମ୍ପତ୍ତି ରହିବନି ।

ତା’ପରେ ଶାଶୁ ତାଙ୍କ ଭାଇଙ୍କ ପୁଅ ଚନ୍ଦ୍ରବାବୁଙ୍କ ସହ ବସୁନ୍ଧରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଛୁରୀରେ ମୁଣ୍ଡ କାଟି ଦେଇଥିଲେ ବୋଲି ପୋଲିସ ଅଧିକାରୀ କହିଛନ୍ତି । ତା’ପରେ କଟାମୁଣ୍ଡକୁ ହାତରେ ଧରି ରାସ୍ତାରେ ଚାଲି ଚାଲି ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ଓ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ଶାଶୁ । ପୋଲିସ ମହିଳାଙ୍କୁ ଗିରଫ କରି ବୋହୂର ମୁଣ୍ଡକୁ ପ୍ଲାଷ୍ଟିକ ବ୍ୟାଗରେ ରଖିଥିଲା । ମହିଳା ଜଣକ ତାଙ୍କ ବୟାନରେ କହିଛନ୍ତି ଯେ, ବୋହୂ ତାଙ୍କ ଉପରେ ଆକ୍ରମଣ କରିଥିଲା, ଯାହାଫଳରେ ନିଜକୁ ବଞ୍ଚାଇବାକୁ ଯାଇ ସେ ହତ୍ୟା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking