ଦୀପ ରୁ ନିଆଁ ଲାଗି ଆହତ

କେନ୍ଦୁଝର : ଶିବରାତ୍ରୀ ଅବସରରେ କେନ୍ଦୁଝର ଜିଲା ଦେଓଗାଁ କୁଶଳେଶ୍ୱର ଶିବ ମନ୍ଦିରରେ ଦୀପ ଲଗାଇବା ସମୟରେ ନିଆଁ ଲାଗି ଜଣେ ମହିଳା ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଦେଓଗାଁ କୂଶଳେଶ୍ୱର ଶିବ ମନ୍ଦିରରେ ଘଟିଛି ଅଘଟଣ ।ଜଣେ ମହିଳାଙ୍କ ଶାଢ଼ିରେ ଦୀପରୁ ନିଆଁ ଲାଗି ଯିବାରୁ ସେ ପୋଡ଼ି ଯାଇଛନ୍ତି। ତାଙ୍କ ନାଁ କମଳିନୀ ବାରିକ। ତାଙ୍କ ଘର ଦେଓଗାଁରେ।ଆଜି ମହାଶିବରାତ୍ରୀ ଥିବାରୁ କମଳିନୀ ତାଙ୍କ ପରିବାର ଲୋକଙ୍କ ସହ କୂଶଳେଶ୍ୱର ଶିବ ମନ୍ଦିରକୁ ଆସିଥିଲେ। ହେଲେ ସେଠାରେ ଦୀପ ଲଗାଇ ମୁଣ୍ଡିଆ ମାରିବା ସମୟରେ ତାଙ୍କ ଶାଢ଼ିରେ ନିଆଁ ଲାଗି ଯାଇଥିଲେ। ସେ ମୁଣ୍ଡିଆ ମାରୁଥିବା ବେଳେ ତାଙ୍କ ପଛପଟେ ଜଣେ ଯୁବତୀ ଦୀପ ଜାଳୁଥିଲେ। ଆଉ ସେହି ଦୀପର ନିଆଁ କମଳିନୀଙ୍କ ଶାଢ଼ିରେ ଲାଗି ଯାଇଥିଲା ବୋଲି ଜଣାପଡ଼ିଛି । ଶାଢ଼ିରେ ନିଆଁ ଲାଗିଯିବାରୁ ତାଙ୍କ ହାତ ଓ ଅଣ୍ଟା ନିଆଁ ସଂସ୍ପର୍ଶରେ ଆସି ଯାଇଥିଲା। ଉପସ୍ଥିତ ଲୋକଙ୍କ ସାହାଯ୍ୟରେ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
https://onakhabar.com/2020/02/21/rourkela-devoties-injoured/