34.1 C
Bhubaneswar
Friday, March 29, 2024
Homeଅପରାଧପାରିବାରିକ କଳହରୁ ମହିଳା ମୃତ ଘଟଣା : ସମ୍ପର୍କୀୟଙ୍କୁ ଥାନା ପରିସରରେ ମାଡ଼

ପାରିବାରିକ କଳହରୁ ମହିଳା ମୃତ ଘଟଣା : ସମ୍ପର୍କୀୟଙ୍କୁ ଥାନା ପରିସରରେ ମାଡ଼

ବନ୍ତ : ବନ୍ତ ଥାନା ଅନ୍ତର୍ଗତ ନଚ୍ଛିପୁର ଗ୍ରାମର ପରମେଶ୍ୱର ଜେନାଙ୍କ ସ୍ତ୍ରୀ ଅଞ୍ଜନା ପାରିବାରିକ କଳହରୁ ବିଷଖାଇ ପ୍ରାଣ ହରାଇବା ଘଟଣାରୁ ଉତ୍ତେଜନା ବଢ଼ିବାରେ ଲାଗିଛି । ଉକ୍ତ ଘଟଣାକୁ ନେଇ ବନ୍ତ ଥାନା ପରିସରରେ ପୁଲିସ ଉପସ୍ଥିତିରେ ମହିଳାଙ୍କ ଶ୍ୱଶୁରଘର ସମ୍ପର୍କୀୟଙ୍କୁ ଟିଲୋ ଗ୍ରାମର ଲାଲା ସ୍ୱାଇଁ ମାଡ଼ ମାରିବା ସହ ଗାଲିଗୁଲଜ କରିଥିବା ଥାନାରେ ଅଭିଯୋଗ ହୋଇଛି । ତେବେ ସମ୍ପୃକ୍ତ ଆକ୍ରମଣକାରୀକୁ ଗିରଫ କରିବା ଦାବିରେ ଶବ ରଖି ଥାନା ସମ୍ମୁଖରେ ଗ୍ରାମବାସୀ ଆନ୍ଦୋଳନ କରିଥିଲେ ।
ସୂଚନା ଅନୁସାରେ ବିଷ ଖାଇଦେବା ଫଳରେ ଅସୁସ୍ଥ ହୋଇପଡ଼ିଥିବା ଅଞ୍ଜନାଙ୍କୁ ପରିବାର ଲୋକେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ । ସେଠାରୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜି ଦେଇଥିଲେ । ଶବ ବ୍ୟବଚ୍ଛେଦ ପରେ ଉଭୟ ଶାଶୂଘର ଓ ବାପଘର ଲୋକେ ଆମ୍ବୁଲାନ୍ସ ଯୋଗେ ମରଶରୀରକୁ ଗାଁକୁ ଅଣୁଥିବା ବେଳେ ବନ୍ତ ଥାନା ଛକଠାରେ ଲାଲା ସ୍ୱାଇଁ ଉକ୍ତ ଗାଡ଼ିକୁ ଅଟକାଇବା ସହ ଅଞ୍ଜନାଙ୍କ ଶାଶୂଘର ଲୋକଙ୍କୁ ଗାଳିଗୁଲଜ କରି ଗାଡ଼ି ଥାନାକୁ ନେବାକୁ ଧମକାଇବା ସହ ଥାନା ପରିସରରେ ନରହରି ଜେନାଙ୍କୁ ମାଡ଼ମାରିଥିବା ଅଭିଯୋଗ ହୋଇଛି । ଏନେଇ ମୃତକଙ୍କ ନଣନ୍ଦ ବନ୍ତ ଥାନରେ ଆକ୍ରମଣକାରୀ ଯୁବକଙ୍କ ସହ ମୃତକଙ୍କ ଭାଇ ଗୌରାଙ୍ଗ ଜେନା, କାହ୍ନୁ ଜେନା ଓ ଜଗନ ଜେନାଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ । ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଲୋକେ ଆନ୍ଦୋଳନ କରିଥିବାବେଳେ ପୁଲିସ୍ ମାମଲା ରୁଜୁ କରିଥିଲେ ମଧ୍ୟ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ କାହାକୁ ଧରିପାରିନଥିଲା । ଅନ୍ୟପକ୍ଷରେ ମୃତ ମହିଳାଙ୍କ ଦାଦା ସୋସୋ ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମର ଗୌରାଙ୍ଗ ଜେନାଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ପରମେଶ୍ୱରଙ୍କୁ କୋର୍ଟଚାଲାଣ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking