31.1 C
Bhubaneswar
Friday, March 29, 2024
Homeଓଡିଶାନିଆଁ ଲାଗି ମହିଳା ଜୀବନ୍ତ ଦଗ୍ଧ

ନିଆଁ ଲାଗି ମହିଳା ଜୀବନ୍ତ ଦଗ୍ଧ

ଚାନ୍ଦବାଲି : ଭଦ୍ରକ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅନେକ ସମୟରେ ଗ୍ୟାସ ଲିକରୁ ଭୟାବହ ଅଗ୍ନିକାଣ୍ଡ ହେଉଥିବା ଦେଖିବାକୁ ମଳିଛି । ତେବେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ବାଁସଡ଼ା ଥାନା ଅଧୀନସ୍ଥ ଚରଦିଆ ଗାଁରେ ଗ୍ୟାସ୍ ଲିକ୍ ହେବା ପରେ  ଚୁଲାରୁ ନିଆଁ ଲାଗି ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ନିଆଁ ଲାଗି ୬ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଥିବା ଜଣାପଡିଛି । ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଛି। କିନ୍ତୁ ଏହାକୁ ହତ୍ୟା ବୋଲି ଜୀବନ୍ତ ଦଗ୍ଧ ମହିଳାଙ୍କ ବାପଘର ଲୋକେ ଅଭିଯୋଗ କରିଥିବା ଜଣାଯାଇଛି ।
ସେହି ଗ୍ୟାସରେ ନିଆଁ ଲାଗିଯିବାରୁ ଚାରିଆଡ଼େ ବ୍ୟାପି ଯାଇଥିଲା । ସେଥିରେ ଜଳିଯାଇଥିଲେ ପୂର୍ଣ୍ଣିମା । ଏହାଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଏଥିରେ କେବଳ ତାଙ୍କର ଦୁଇ ବଖରା ଘର ନୁହେଁ, ବରଂ ଦୁଇ ପଡ଼ିଶା ଘରର ଚାରି ବଖରା ଘର ବି ଜଳିଯାଇଥିଲା । ସେହି ସମୟରେ ଘରେ ସ୍ବାମୀ ପ୍ରଶାନ୍ତ ନ ଥିଲେ । କିନ୍ତୁ ପୂର୍ଣ୍ଣିମାଙ୍କ ଶାଶୂ,ଶଶୁର ଘର ବାହାରେ ଚା’ ପିଇବାକୁ ଅପେକ୍ଷା କରିଥିବାରୁ ଏହି ନିଆଁ ଦାଉରୁ ରକ୍ଷା ପାଇଯାଇଥିଲେ । ଏହାପରେ ଗ୍ରାମବାସୀ ନିଆଁ ଲିଭାଇବା ଲାଗି ଚାନ୍ଦବାଲି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏନେଇ ବାଁସଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଥିବାର ସୂଚନା ମିଳିଛି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking