33.1 C
Bhubaneswar
Wednesday, April 24, 2024
Homeଅପରାଧସଂପତ୍ତି ନମିଳିବା ଭୟରେ ସ୍ୱାମୀର ପ୍ରେମିକା ସହ ସ୍ତ୍ରୀ କଲା ଜଘନ୍ୟ କାଣ୍ଡ

ସଂପତ୍ତି ନମିଳିବା ଭୟରେ ସ୍ୱାମୀର ପ୍ରେମିକା ସହ ସ୍ତ୍ରୀ କଲା ଜଘନ୍ୟ କାଣ୍ଡ

ନୂଆଦିଲ୍ଲୀ: ଲକ୍ଷ୍‌ନୋର ମଡିୟାମ ଅଂଚଳରେ ଶୁକ୍ରବାର ସକାଳେ ଅନୀତାଙ୍କ ହତ୍ୟା ମାମଲାରେ ପଡୋଶୀ ପ୍ରେମୀ ଖୁସିରାମଙ୍କ ପତ୍ନୀ ରେଖା ଓ ତାଙ୍କ ପୁଅ ଆକାଶକୁ ଗିରଫ କରିଛି ପୋଲିସ । ପୋଲିସର କହିବାନୁସାରେ, ରେଖା ଓ ଖୁସିରାମ ପାଖାପାଖି ୬ ମାସ ହେବ ଅଲଗା ହୋଇ ରହୁଥିଲେ । ତେବେ ରେଖାଙ୍କ ସ୍ୱାମୀ ନିଜ ଜମିବାଡି ଆଉ ସଂପତ୍ତିକୁ ତାଙ୍କ ପ୍ରେମିକା ଅନୀତାଙ୍କ ନାମରେ କରିଦେବେ ବୋଲି ରେଖା ସବୁବେଳେ ଭାବୁଥିଲେ । ସେଥିପାଇଁ ସେ ଅନୀତାକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ବନାଇଥିଲା । ଆଉ ପୁଅ ଆକାଶ ମାଧ୍ୟମରେ ତାର ହତ୍ୟା କରିବାରେ ସଫଳ ହୋଇଥିଲା । ପରେ ଆକାଶ ଓ ଖୁସିରାମଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୁଲିସ । ହେଲେ ଏହି ହତ୍ୟା ମାମଲାରେ ଖୁସିରାମ ସାମିଲ ନଥିଲେ । ସେ ନିଜ ପୁଅ ଆଉ ସାକ୍ଷୀକୁ ଲୁଚାଇବା ଅପରାଧ କରିଛି । ପୋଲିସ ଆହୁରି ମଧ୍ୟ କହିଛି ଯେ, ଧନ୍ତିଗରା ଗାଁରେ ରହୁଥିବା ଅନୀତା ନିଜ ସ୍ୱାମୀ ରାଜୁ ଠାରୁ ଅଲଗା ରହୁଥିଲେ । ପଡୋଶୀ ଖୁସିରାମ ସହ ତାର ପ୍ରାୟ ୬ ବର୍ଷ ଧରି ପ୍ରେମ ସଂପର୍କ ଚାଲିଥିଲା । ଏମିତିରେ ଖୁସିରାମ ବି ନିଜ ପତ୍ନୀଙ୍କ ଠାରୁ ଅଲଗା ରହୁଥିଲା । ଶୁକ୍ରବାର ଦିନ ସକାଳେ ଅନୀତା ନିଜ ଘର ଦୁଆର ମୁହଁରେ ମରି ପଡିଥିବା ଦେଖିବାକୁ ମିଳିଥିଲା । ଏହି ମାମଲାରେ ଖୁସିରାମ ଓ ତା ପୁଅ ବିରୋଧରେ ଏତଲା ଦିଆଯାଇଥିଲା । ହେଲେ ସେମାନେ ଦୁହେଁ ଫେରାର ଥିଲେ । ତେବେ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରିବା ପରେ ଆକାଶ ହିଁ ଫେରାର ହୋଇଥିବା ଦେଖିବାକୁ ମିଳିଥିଲା ବୋଲି ପୋଲିସ କହିଛି । ପରେ ପୋଲିସ ଆକାଶ ଓ ଖୁସିରାମର ମୋବାଇଲ ଡିଟେଲ୍ସ ବାହାର କରିବା ପରେ ଅସଲ ଘଟଣା ସାମ୍ନାକୁ ଆସିଥିଲା । ଅନୀତାର ହତ୍ୟା ପଛରେ ଖୁସିରାମର ପତ୍ନୀ ଓ ସରୋଜନୀ ନଗରରେ ରହୁଥିବା ରେଖା ର ହାତ ରହିଛି । ଏହାର ଯୋଜନା କରି ସେ ତା ପୁଅ ଆକାଶ ଦ୍ୱାରା ଏହି ହତ୍ୟା କରିଥିବା ସୂଚନା ମିଳିଛି । ରେଖା ଓ ଆକାଶକୁ ଗିରଫ କରି ପଚାରିବା ସମୟରେ ସେମାନେ ଏହି କଥା ମାନିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking