26.1 C
Bhubaneswar
Friday, March 29, 2024
Homeଅପରାଧରାଜଧାନୀ ରାଜରାସ୍ତାରେ ମହିଳାଙ୍କୁ ମାଡ

ରାଜଧାନୀ ରାଜରାସ୍ତାରେ ମହିଳାଙ୍କୁ ମାଡ

ଭୁବନେଶ୍ଵର : ରାଜଧାନୀର ରାଜରାସ୍ତାରେ ମହିଳାଙ୍କୁ ନିସ୍ତୁକ ମାଡ଼ । ଜଣେ ମହିଳାଙ୍କୁ ଏକାସାଙ୍ଗରେ ଆକ୍ରମଣ କରୁଛନ୍ତି ୭ରୁ ୮ଜଣ ବ୍ୟକ୍ତି । ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍ମମ ଭାବେ ବିଧା ଗୋଇଠା ମାରୁଥିବା ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାକୁ ଲାଗିଛି । ତେବେ ସର୍ବ ସମ୍ମୁଖରେ ମହିଳାଙ୍କୁ ଏଭଳି ମାଡ଼ ଦୃଶ୍ୟ ପରେ ସାଧାରଣ ଜନତାଙ୍କ ମନରେ ଛନକା ପଶିଛି ।
ସୂଚନାନୁଯାୟୀ, ଗତକାଲି ବନ୍ଦୁସାଗର ଅଞ୍ଚଳରେ ଅପରାହ୍ଣ ୫ଟାରେ ସବିତା ସେଠି ନାମକ ମହିଳାଙ୍କୁ ତରଙ୍ଗ କ୍ଲବର କିଛି ଯୁବକ ନିସ୍ତୁକ ମାଡ଼ ମାରିଛନ୍ତି । ମହିଳା ଜଣଙ୍କ ତାଙ୍କ ପୁଅକୁ ଟ୍ୟୁସନରୁ ନେଇ ଆସିବା ସମୟରେ ଯୁବକମାନେ ତାଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଜମି ଜମା ବିବାଦକୁ ନେଇ ଯୁବକ ତାଙ୍କୁ ଆକ୍ରମଣ କରିଛନ୍ତି । ଏହି ଯୁବକମାନେ ପ୍ରଥମେ ବଚସା ପରେ ମହିଳାଙ୍କୁ ମାଡ ଧକ୍କା, ଚାପୁଡା ସହ ଗୋଇଠା ବି ମାରୁଛନ୍ତି । ମହିଳା ଜଣଙ୍କ ତଳେ ପଡିଗଲା ପରେ ବି ତାଙ୍କୁ ଛାଡିନାହାନ୍ତି । ଏପରିକି ମାଡ଼ରୁ ବର୍ତ୍ତିବା ପାଇଁ ମହିଳା ଜଣଙ୍କ ବିକଳରେ ଜଣଙ୍କ ଘର ଭିତରକୁ ପଶି ଯାଇଥିଲେ । ପରେ ସଙ୍ଘବଦ୍ଧ ଆକ୍ରମଣ ନେଇ ଲିଙ୍ଗରାଜ ଥାନାରେ ସେ ଏତଲା ଦେଇଛନ୍ତି ।
https://onakhabar.com/2020/03/11/grenades-attack-police-station-in-pulwama/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking