40.1 C
Bhubaneswar
Thursday, April 25, 2024
Homeଅପରାଧଜମିବାଡ଼ି ବିବାଦକୁ ନେଇ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ

ଜମିବାଡ଼ି ବିବାଦକୁ ନେଇ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ

କନ୍ଦୁଝର : ଜମିବାଡ଼ି ବିବାଦକୁ ନେଇ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ନନ୍ଦପଦା ଥାନା ଅନ୍ତର୍ଗତ ଅଂରା ଗାଁ’ରେ ଘଟିଛି । ଆକ୍ରମଣକାରୀମାନେ ଦମୟନ୍ତୀ ପରିଡ଼ା ନାମ୍ନୀ ନାମଙ୍କ ସଂପୃକ୍ତ ମହିଳାଙ୍କୁ ରାସ୍ତାରେ ପିଟି ପିଟି ରକ୍ତାକ୍ତ କରିଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଶାଳନିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଅଂରା ଗ୍ରାମର ନାରାୟଣ ପରିଡ଼ା ଏକ ସରକାରୀ ଜାଗାକୁ ଦୀର୍ଘ ବର୍ଷ ହେବ ଦଖଲ କରି ଚଳୁଥିଲେ । ଏହାକୁ ଗାଁ’ର କିଛି ଲୋକ ବିରୋଧ କରୁଥିଲେ । ଏ ନେଇ ଗାଁ’ ଲୋକଙ୍କ ସହିତ ନାରାୟଣଙ୍କର ଝଗଡ଼ା ହୋଇଥିଲା । ଏପରିକି ନାରାୟଣଙ୍କୁ ଗାଁ’ ଲୋକେ ଏକ ଘରିଆ କରି ଦେଇଥିଲେ । ଏସବୁ ଘଟଣାକୁ ନେଇ ନାରାୟଣଙ୍କ ପତ୍ନୀ ଦମୟନ୍ତୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଗାଁ’ ଲୋକଙ୍କୁ ପୁଲିସ ଡ଼ାକି ବୁଝାସୁଝା କରିଥିଲା । ମାତ୍ର ଥାନାରୁ ଫେରିବା ପରେ ଗାଁ’ ଲୋକଙ୍କ ସହ ଦମୟନ୍ତୀଙ୍କ ପରିବାରର ସହ ପୁଣି ଝଗଡ଼ା ହୋଇଥିଲା । ଏଥିରେ ଉତ୍ୟକ୍ତ ଗାଁ’ଲୋକେ ଦମୟନ୍ତୀଙ୍କୁ ଆକ୍ରମଣ କରିଥିଲେ । ଏ ନେଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking