40.1 C
Bhubaneswar
Wednesday, April 24, 2024
Homeଓଡିଶାରାଜ୍ୟରେ ମହିଳା ଅସୁରକ୍ଷିତ: ବିଜେପି ମହିଳା ମୋର୍ଚ୍ଚା

ରାଜ୍ୟରେ ମହିଳା ଅସୁରକ୍ଷିତ: ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର : ରାଜ୍ୟରେ ମହିଳା ମାନେ ଅସୁରକ୍ଷିତ । ଆଜି ଏକ ପ୍ରେସମିଟ୍ ଜରିଆରେ ବିଜେପି ମହିଳା ମୋର୍ଚ୍ଚା ମହିଳାଙ୍କ ଉପରେ ହେଉଥିବା ନିର୍ଯାତନାକୁ ନେଇ ମତ ରଖିଛନ୍ତି । ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ସେ କହିଛନ୍ତି ରାଜ୍ୟରେ ମହିଳା ଏବେ ଅସୁରକ୍ଷିତ ଅଛନ୍ତି । ହିଂସାରେ ଓଡ଼ିଶା ଏକ ନମ୍ବରରେ ଅଛି ।
ବିଜେପିକୁ ଯେଉଁ ମହିଳାମାନେ ଭୋଟ୍ ଦେଇଛନ୍ତି, ସେମାନଙ୍କୁ ନିର୍ଯ୍ୟାତନା ଦିଆଯାଉଛି । ଏମିତି ଏକ ଅଭାବନୀୟ ଘଟଣା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଘଟିଛି । ସେଠାରେ ଜଣେ ଗର୍ଭବତୀ ମହିଳାଙ୍କୁ ପିଟି ପିଟି ଗର୍ଭ ନଷ୍ଟ କରି ଦିଆଯାଇଛି । ସେଠାରେ ଥାନାରେ ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା ।

ସଂପୃକ୍ତ ଥାନା ଅଧିକାରୀ ବିଜେଡିର ଏଜେଣ୍ଟଭାବେ କାମ କରୁଛନ୍ତି । ଆସନ୍ତା ୪୮ଘଣ୍ଟା ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଗଲେ ମାନବାଧିକାର କମିଶନଙ୍କୁ ଭେଟିବୁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking