ଭତ୍ତା ପାଇଁ ୧୦ ବର୍ଷ ହେଲା ଅପେକ୍ଷା କରିଛନ୍ତି ବୃଦ୍ଧା

ଗଞ୍ଜାମ : ଦିଗପହଣ୍ଡି ବ୍ଳକରେ ବାର୍ଦ୍ଧକ୍ୟ ଭତ୍ତା ଯୋଜନା ଦିଗହରା ହୋଇପଡିଛି । ଏହି ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀମାନେ ପାଇପାରୁନାହାନ୍ତିି । ଫଳରେ ଅନେକ ବୃଦ୍ଧବୃଦ୍ଧା ପରିଣିତ ବୟସରେ ପହଞ୍ଚିଥିଲେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ôଚତ ହୋଇଥିବା ଅଭିଯୋଗ ହୋଇଛି । ଜଣେ ୮୦ ବର୍ଷୀୟା ବୃଦ୍ଧା ଭତ୍ତା ପାଇଁ ଦୀର୍ଘ ୧୦ ବର୍ଷହେଲା ଅପେକ୍ଷା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତାଙ୍କ ନାମ ସୁଜନ ପ୍ରଧାନ । ଫାସିଗୁଡା ପଞ୍ଚାୟତ ଅନ୍ତର୍ଗତ ବାଙ୍ଗରଡା ଗ୍ରାମର ବୋଲି ଜଣାପଡିଛି । ତାଙ୍କୁ ଦିଗପହଣ୍ଡି ବ୍ଲକ ଅଫିସ କାର୍ଯ୍ୟାଳୟରେ ଏଣେତେଣେ ବୁଲୁ ଥିବାର ଦେଖିବାକୁ ମିଳିଥିଲା । କଥା ଠିକ ଭାବେ କହିପାରୁନାହାନ୍ତି କି କାନକୁ ଭଲଭାବେ ଶୁଭୁନି । ଚାଲିବାରେ ଅଥୟ, ତଥାପି ଭତ୍ତା ପାଇବାର ଲୋଭ ମନରୁ ତୁଟିନଥିବା ଯୋଗୁଁ ଗ୍ରାମଠାରୁ ୨୫ କି.ମି ଦୂରରୁ ଏହି ବୟସରେ ବହୁକଷ୍ଟରେ ବ୍ଲକକୁ ଆସି ବିଡିଙ୍କୁ ଦେଖା କରିବା ପାଇଁ ଆସିଥିଲେ । ବ୍ଲକ ପରିସରରେ ଏଣେତେଣେ ବୁଲୁଥିଲେ ମଧ୍ୟ ତାଙ୍କୁ କେହି ସାହାଯ୍ୟ ସହଯୋଗ କରିନଥିଲେ । ତାଙ୍କର ଦୁଇପୁଅ ଅଛନ୍ତି । ଗତ ବାର ବର୍ଷ ପୂର୍ବେ ତାଙ୍କ ସ୍ୱାମୀ ଧରମା ପ୍ରଧାନ ମରିଗଲେଣି । ସ୍ୱାମୀ ବଞ୍ôଚଥିବା ଅବସ୍ଥାରେ ଦୁଇପୁଅଙ୍କ ମଧ୍ୟରେ ଜମିବାଡି ସମାନ ଭାଗରେ ବାଣ୍ଟି ଦେଇଥିଲେ । ତାଙ୍କ ନାମରେ କିଛି ମଧ୍ୟ ରଖିଲେ ନାହିଁ । ଫଳରେ ଏ ବୟସରେ ବଞ୍ôଚବା ତାଙ୍କ ପାଇଁ କଷ୍ଟଦାୟକ ଘଟଣା ହୋଇଛି ବୋଲି କହିବା ସହ ଭତ୍ତା ମିଳିଲେ ଆଉ ଚିନ୍ତା ରହନ୍ତା ନାହିଁ । ସେଥିପାଇଁ ଦୀର୍ଘ ୧୦ ବର୍ଷ ହେଲା ସରପଞ୍ଚ, ସମିତି ସଭ୍ୟଙ୍କ ଠାରୁ ବିଡିଓ ଜିଲ୍ଲାପାଳ ପର୍ଯ୍ୟନ୍ତ ଭତ୍ତା ପାଇଁ ଗୁହାରି କରିଥିଲେ ମଧ୍ୟ କିଛି ଲାଭ ମିଳିଲା ନାହିଁ । ତାଙ୍କ ଠାରୁ କମ୍ ବୟସର ଲୋକମାନେ କେବେଠୁଁ ଭତ୍ତା ପାଉଛନ୍ତି । କିନ୍ତୁ କେହି ସାହାଯ୍ୟ ସହଯୋଗ କରୁନାହାନ୍ତି । ଏ ବୟସରେ ସୁଜନଙ୍କୁ ଭତ୍ତା ନ ଯୋଗାଇବା ସରପଞ୍ଚ ଓ ବ୍ଳକ ପ୍ରଶାସନର ଉଦାସୀନତା ଛଡା ଆଉ କିଛି ନୁହେଁ ବୋଲି ଅଭିଯୋଗ କରିବା ସହ ତୁରନ୍ତ ଭତ୍ତା ପ୍ରଦାନ ନକଲେ ତାଙ୍କ ପ୍ରତି ଅନ୍ୟାୟ ହେବ ବୋଲି ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here