31.1 C
Bhubaneswar
Friday, March 29, 2024
Homeଓଡିଶାଆଲ୍‌ବମ୍‌ରେ ଅଭିନୟ ନା’ରେ ମହିଳାଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ଆଲ୍‌ବମ୍‌ରେ ଅଭିନୟ ନା’ରେ ମହିଳାଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ଭୁବନେଶ୍ୱର : ଆଲ୍‌ବମ୍‌ରେ ଅଭିନୟ ସୁଯୋଗ ଦେବା ବାହାନାରେ ଦୁଷ୍କର୍ମ କରିବା, ଜବରଦସ୍ତ ଦେହ ବ୍ୟବସାୟରେ ଲିପ୍ତ କରାଇବା, ଅଶ୍ଳୀଳ ଭିଡିଓ କରି ବ୍ଲାକ୍‌ମେଲ୍ କରିବା ଓ ଶେଷରେ ଅପହରଣ କରିବା ଭଳି ଅଭିଯୋଗ ନେଇ ପୀଡ଼ିତା ମହିଳା କମିସନଙ୍କ ଦ୍ୱାରସ୍ଥ ହୋଇଛନ୍ତି । କନ୍ଧମାଳ ଓ ଭୁବନେଶ୍ୱର ପୋଲିସଠାରୁ ନ୍ୟାୟ ପାଇବା ଆଶା ହରାଇବା ପରେ ସେ ମହିଳା କମିସନଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଘର ଫୁଲବାଣୀରେ । ତାଙ୍କ ସ୍ୱାମୀ ନିଶା କାରବାର ଅଭିଯୋଗରେ ପଶ୍ଚିମବଙ୍ଗରେ ଜେଲରେ ଥିଲେ । ସେହି ସମୟରେ ମହିଳାଙ୍କର ମିଲନ କଅଁର ସହ ସମ୍ପର୍କ ହୋଇଥିଲା । ମିଲନ ତାଙ୍କୁ ଆଲ୍‌ବମ୍‌ରେ ଅଭିନୟ କରିବା ସୁଯୋଗ ଦେବ ବୋଲି କହି ଭୁବନେଶ୍ୱର ନେଇ ଆସିଥିଲା । ୨୦୨୦ ଡିସେମ୍ବରରୁ ୨୦୨୧ ଜୁଲାଇ ପର୍ଯ୍ୟନ୍ତ ସୁନ୍ଦରପଦା ଅଞ୍ଚଳରେ ରଖି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା । ଏପରିକି ୪ ଜଣ ବ୍ୟକ୍ତିଙ୍କ ସହ ଦେହ ବ୍ୟବସାୟରେ ଲିପ୍ତ କରାଇ ଅଶ୍ଳୀଳ ଭିଡିଓ ମଧ୍ୟ ରେକର୍ଡିଂ କରିଥିଲା । କୌଣସି ମତେ ମହିଳା ଜଣକ ସେଠାରୁ ଖସିଯାଇ ଫୁଲବାଣୀ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା । ଗତ ୮ ତାରିଖରେ ମିଲନ ପୁଣି ତାଙ୍କୁ ଓ ତାଙ୍କ ପୁଅକୁ ଅପହରଣ କରି ସମ୍ବଲପୁରରେ ନଜରବନ୍ଦୀ କରି ରଖିଥିଲା । ୧୨ ଦିନ ପରେ ସେ ସେଠାରୁ ପୁଅକୁ ଧରି ଛାତରୁ ଡେଇଁ ଖସି ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ଏୟାରଫିଲ୍‌ଡ ଥାନାରେ ଅଭିଯୋଗ କରିଥିଲେ । ମାତ୍ର ପୋଲିସ ତାଙ୍କୁ ଏକ ଆଶ୍ରୟସ୍ଥଳୀକୁ ପଠାଇ ଦେଇ ଚୁପ୍ ରହିଲା । ପୋଲିସ ତଦନ୍ତ ନକରି ପାଲଟା ତାଙ୍କୁ ଗାଳିମନ୍ଦ କଲା । ତେଣୁ ଶେଷରେ ବାଧ୍ୟ ହୋଇ ସେ ମହିଳା କମିସନଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ମାଗିଛନ୍ତି ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking