31.1 C
Bhubaneswar
Friday, March 29, 2024
Homeଓଡିଶାଶୌଚ ହୋଇ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ଶୌଚ ହୋଇ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡା: ଶୌଚ ହେଇ ଫେରୁଥିବା ଜଣେ ମହିଳାଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ପୋଲିସ ସୂଚନା ମୁତାବକ, ପଟ୍ଟାମୁଣ୍ଡାଇ ଥାନା ଅଧିନ ମାଟିଆ ଅଞ୍ଚଳର ଜଣେ ମହିଳାଙ୍କ ଘରକୁ ପଡୋଶୀ ହେମନ୍ତ ମଲ୍ଲିକ ଆସନ୍ତି । ମହିଳାଙ୍କ ସ୍ୱାମୀ ନ ଥିବାବେଳେ ତାଙ୍କୁ ପ୍ରେମ ନିବେଦନ କରିଥିଲେ । ହେଲେ ମହିଳା ଜଣଙ୍କ ମନା କରିଦେବାରୁ ଅଭିଯୁକ୍ତ ରାଗରେ ତାଙ୍କୁ ସବୁଦିନ ଅନୁକରଣ କରୁଥିଲେ । ଗତ ୨୦ ତାରିଖ ସନ୍ଧ୍ୟା ସମୟରେ ମହିଳା ଜଣଙ୍କ ଶୌଚ ଯାଇ ଘରକୁ ଫେରୁଥିବାବେଳେ ଅଭିଯୁକ୍ତ ତାଙ୍କୁ ରାସ୍ତାରେ ଏକୁଟିଆ ପାଇ ଜୋରଜବରଦସ୍ତ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା ବୋଲି ଅଭିଯୋଗ ହୋଇଛି । ଏନେଇ ମହିଳା ଜଣକ ଜୋରରେ ପାଟି କରିବାରୁ ତାଙ୍କ ସ୍ୱାମୀ ଘଟଣା ସ୍ଥଳରେ ପହଞ୍ଚିବାରୁ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking