39.4 C
Bhubaneswar
Thursday, April 18, 2024
Homeଅପରାଧଘରେ ଶୌଚାଳୟ ଥିଲେ ଏପରି ହୋଇନଥାନ୍ତା...

ଘରେ ଶୌଚାଳୟ ଥିଲେ ଏପରି ହୋଇନଥାନ୍ତା…

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର କାନପୁର ଠାରେ ଜଣେ ଯୁବତୀଙ୍କ ସହ ଦୁଷ୍କର୍ମ ମାମଲା ସାମନାକୁ ଆସିଛି । ଘରେ ଶୌଚାଳୟ ନଥିବା କାରଣରୁ ଯୁବତୀ ଜଣକ ଶୌଚ ହେବା ପାଇଁ ବିଲକୁ ଯାଇଥିଲେ । ଏହି ସମୟରେ ସେହି ଗାଁର ଜଣେ ଯୁବକ , ଯୁବତୀଙ୍କ ସହ ଖରାପ ବ୍ୟବହାର କରିବା ସହିତ ଦୁଷ୍କର୍ମ କରିଛି । ଏହି ଘଟଣା ପରେ ଯୁବତୀ ଜଣଙ୍କ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଅଛନ୍ତିି ।

ଶରୀର ଗୁରୁତର ହେବାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାନପୁରର ଏକ ହସ୍ପିଟାଲରେ ନିଜ ଭାଇଙ୍କୁ କାନ୍ଦି କାନ୍ଦି ଯୁବତୀ ଜଣଙ୍କ ସବୁକଥା କହିଛନ୍ତି । ଯୁବତୀଙ୍କ ସହ ଶୁକ୍ରବାର ଦିନ ଯୁବକ ଜଣକ ଦୁଷ୍କର୍ମ କରିଥିଲା । ବିଲକୁ ଶୌଚ ହେବା ପାଇଁ ଯାଇଥିବା ସମୟରେ ଆରେପୀ ଯୁବକ ଜଣଙ୍କ ପିଛା କରି ଯୁବତୀଙ୍କ ସହ ଏହି କାଣ୍ଡ ଘଟାଇଛି ।

ଯୁବତୀଙ୍କ କହିବା ଅନୁସାରେ ଗତ ୬ ମାସ ଧରି ସେ ହି ଯୁବକ ଜଣକ ତାଙ୍କ ପଛରେ ପଡିଥିଲା ।
ପିଡୀତାଙ୍କ ଭାଇ ପୋଲିସ ପାଖରେ ପହଞ୍ଚି ରିପୋର୍ଟ ଲୋଖାଇ ଥିଲେ , ତାଙ୍କ କହିବା ଅନୁସାରେ , ଘରେ ଶୌଚାଳୟର ସୁବିଧା ନାହିଁ , ଏହି କାରଣରୁ ତାଙ୍କ ଭଉଣୀ ବାହାରକୁ ଶୌଚ ହେବା ପାଇଁ ଯାଇ ଦୁଷ୍କର୍ମର ଶିକାର ହୋଇଛି ।

ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଆରୋପୀକୁ ଖୋଜିଥିଲା । ଆରେପୀ ଜଣକ ନିଜ ପରିବାର ସହ ଖସି ପଳାଉଥିବା ସମୟରେ ରେଳ ଶ୍ଟେସନ ପାଖରୁ ପୋଲିସ ତାକୁ ଗିରଫ କରିଛି । ପୋଲିସର କହିବା ଅନୁଯାୟୀ ଆରୋପୀ ଜଣକ ବିବାହିତ । ପୋଲିସ ଏହି ଘଟଣାକୁ ଗମ୍ଭିରତାର ସହ ନେଇ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking