26.1 C
Bhubaneswar
Friday, March 29, 2024
Homeଅପରାଧବିଲରୁ ମିଳିଲାଙ୍କ ଶବ , ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ବିଲରୁ ମିଳିଲାଙ୍କ ଶବ , ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ସୋନଭଦ୍ରା ଠାରେ ଏକ ଗ୍ରାମରେ ମଙ୍ଗଳବାର ଦିନ ସକାଳୁ ଜଣେ ମହିଳଙ୍କ ଶବ ବିଲରୁ ମିଳିଥିଲା । ଏହି ଖବର ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲ । ମୃତକ ଜଣଙ୍କ ଗଳାରେ ଏକ ରସି ବନ୍ଧାଯାଇଥିବା ଚିହ୍ନ ଦେଖିବାକୁ ମିଳିଥିଲ । ମହିଳା ଜଣଙ୍କ କପଡ଼ା ମଧ୍ୟ ଅସ୍ତ ବ୍ୟସ୍ତ ଅବସ୍ଥାରେ ଥିଲ । ପୋଲିସ ଶବକୁ କବଜାରେ ନେଲା ପରେ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି । ମହିଳା ଜଣକ କୌଣସି ବିବାହ ଉତ୍ସବରେ ଯୋଗ ଦେବାପାଇଁ ଯାଇଥିଲେ ଓ ଫେରିନଥିଲେ । ମହିଳା ଜଣକ ଘରକୁ ନଫେରିବାରୁ ପରିବାର ବର୍ଗ ଖୋଜାଖୋଜି କରିଥିଲେ । କିଛି ସମୟ ଖୋଜା ଖୋଜି ପରେ ମହିଳାଙ୍କ ଶବ ଘର ପାଇ ଏକ ବିଲ ରେ ପଡ଼ିଥିବାର ଦେଖିବାକୁ ମିଳିଥିଲ । ଏହା ଦେଖି ସ୍ଥାନୀୟ ଲୋକ ପୋଲିକୁ ଖବର ଦେଇତିଲେ । ଥାନାଅଧିକାରୀ ଭାସ୍କର ବର୍ମାଙ୍କ କହିବା ଅନୂସାରେ ଥାନା ପ୍ରଭାରୀ ଅଧିକାରୀ ମହେନ୍ଦ୍ର ପାଣ୍ଡେ ନିଜ ଫୋର୍ସ ସହିତ ପହଞ୍ଚିଥିଲେ । ତଦନ୍ତ ଅନୂସାରେ ମୋକଦ୍ଦମା ଆରମ୍ଭ କରାଯାଇଥିଲ । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ । ମୃତକଙ୍କ ଶରୀର ଅସଞ୍ଜତ ଅବସ୍ଥାରେ ପଡ଼ିଥିବାରୁ ଆଶଙ୍କା କରାଯାଉଛି ଯେ ଏହା ଦୁଷ୍କର୍ମ ସହିତ ହତ୍ୟାର ମାମଲା ହୋଇଥାଇପାରେ ।ଏନେଇ ଏସପି ଅମରେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking