31.1 C
Bhubaneswar
Friday, March 29, 2024
Homeଅପରାଧଗୁଣି ଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା

ଗୁଣି ଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନାର ପଙ୍କଡ଼ିହି ନିକଟ ଜଡ଼ାଗାଁ ରେ ଅଘଟଣ । ଗୁଣିଗାରେଡି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ ନଦୀରେ ଭସେଇ ଦେଇଛନ୍ତି। ମୃତ ମହିଳା ଜଣକ ହେଲେ ମୁନି ଓରାମ। ପୋଲିସ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖିବା ସହ ବ୍ରାହ୍ମଣୀ ନଦୀରୁ ଓଡ୍ରାଫ ସହାୟତାରେ ମୃତଦେହ ଖୋଜୁଛି। ପଙ୍କଡ଼ିହି ନିକଟ ଜଡ଼ାଗାଁର ମୁନି ଓରାମ ଗତ୧୮ ତାରିଖ ଜନ୍ମାଷ୍ଟମୀରୁ ନିଖୋଜ ଥିଲେ । ଏ ନେଇ ପରିବାର ଲୋକେ ଖୋଜା ଖୋଜି କରିବା ପରେ ଗୁରୁଣ୍ଡିଆ ଥାନାରେ ଏତଲା ଦେଇଥିଲେ । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ସନ୍ଦେହରେ ସେହି ଅଂଚଳର ତିନି ଜଣଙ୍କୁ ଅଟକ ରଖି ପଚରା ଉଚୁରା କରିବା ପରେ ସୁରାକ ମିଳିଥିଲା । ଗୁଣି ଗାରେଡିକୁ ନେଇ ମହିଳାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ବ୍ରାହ୍ମଣୀ ନଦୀରେ ଭସେଇ ଦେଇଥିବା ସେମାନେ କହିଥିଲେ। ଓଡ୍ରାଫ୍ଟ ଟିମ ସହ ପୋଲିସ ବ୍ରାହ୍ମଣୀରେ ମୃତଦେହ ଖୋଜୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking