34.1 C
Bhubaneswar
Thursday, April 25, 2024
Homeଓଡିଶାଶଶୁରଘରେ ନିର୍ଯ୍ୟାତନା, ଏସପିଙ୍କୁ ଅଭିଯୋଗ କଲେ ପାଣିତିରା ଗ୍ରାମର ମହିଳା

ଶଶୁରଘରେ ନିର୍ଯ୍ୟାତନା, ଏସପିଙ୍କୁ ଅଭିଯୋଗ କଲେ ପାଣିତିରା ଗ୍ରାମର ମହିଳା

ଜଗତସିଂହପୁର:  ଦେଢଶୁର,ଯାଆ, ପୁତୁରାର ଅତ୍ୟାଚାର ସହି ନ ପାରି ବାଲିକୁଦା ଥାନା ଅନ୍ତର୍ଗତ ପାଣିତିରା ଗ୍ରାମର ଜଣେ ମହିଳା ନ୍ୟାୟ ପାଇଁ ଆଜି ଜଗତସିଂହପୁର ଆରକ୍ଷୀ ଅଧିକ୍ଷକଙ୍କ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ମାତାଜି ଚଣ୍ଡ ନାମକ ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ତାଙ୍କର ଶଶୁରଙ୍କର ମୃତ୍ୟୁ ପରେ ତାଙ୍କ ଦେଢଶୁର କ୍ଷେତ୍ରମୋହନ ଚଣ୍ଡ , ତାଙ୍କ ସ୍ତ୍ରୀ ଟୁନିଆ ଚଣ୍ଡ ଓ ତାଙ୍କର ପୁଅ ଆଲୋକ ଚଣ୍ଡ ଜୋର ଜବରଦସ୍ତ ତାଙ୍କୁ ଓ ତାଙ୍କ ପରିବାରକୁ ମାଡ଼ପିଟ ଓ ଗାଳିଗୁଲଜ କରି ଘରୁ ବାହାର କରିଦେବାରୁ ସେମାନେ ସ୍ଥାନୀୟ ଏକ ଭଡା ଘରେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏ ସଂକ୍ରାନ୍ତରେ ସ୍ଥାନୀୟ ଅନନ୍ତପୁର ଫାଣ୍ଡି ଅଧିକାରୀଙ୍କୁ ଗତ ମେ ମାସରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଫାଣ୍ଡି ଅଧିକାରୀ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଏଣୁ ଉକ୍ତ ମହିଳା ନ୍ୟାୟ ପାଇଁ ଆଜି ଜଗତସିଂହପୁର ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଏକ ଅଭିଯୋଗ ପତ୍ର ନ୍ୟାୟ ଭିକ୍ଷା ପାଇଁ ଅଳି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking