40.1 C
Bhubaneswar
Thursday, April 25, 2024
Homeଅପରାଧଏହି କାରଣ ପାଇଁ ସ୍ୱାମୀଙ୍କ ଦ୍ୱିତୀୟ ପତ୍ନୀଙ୍କୁ ଗୁଳି କରି ହତ୍ୟା କଲେ ମହିଳା, ପଢନ୍ତୁ...

ଏହି କାରଣ ପାଇଁ ସ୍ୱାମୀଙ୍କ ଦ୍ୱିତୀୟ ପତ୍ନୀଙ୍କୁ ଗୁଳି କରି ହତ୍ୟା କଲେ ମହିଳା, ପଢନ୍ତୁ ପୁରା ଘଟଣା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସିଭିଲ ଲାଇନ୍ସ ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୋମବାର ରାତିରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଦ୍ୱିତୀୟ ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ଅଭିଯୁକ୍ତ ମହିଳା ସବାନାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ପୋଲିସ ଦେଇଥିବା ସୂଚନା ଅନୁସାରେ, ମହଦ ଜାକିର ନାମକ ଜଣେ ବ୍ୟକ୍ତିଙ୍କର ପ୍ରଥମ ସ୍ତ୍ରୀ ସବାନା ହେଉଛନ୍ତି ଜଣେ ଟ୍ରାନ୍ସପୋର୍ଟର । କିଛି ବର୍ଷ ପୂର୍ବରୁ ଜାକିର ଆଲିଆ ନାମକ ଜଣେ ମହିଲାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଏବଂ ସେ ସାତ ମାସର ଗର୍ଭବତୀ ମଧ୍ୟ ଥିଲେ । ତାଙ୍କ ସଂପର୍କୀୟ କହିଛନ୍ତି ସବାନା ଓ ଆଲିଆଙ୍କ ମଧ୍ୟରେ ଅନେକ ସମୟରେ ଫୋନ ମାଧ୍ୟମରେ ଯୁକ୍ତିତର୍କ ହୁଏ । ଝଗଡା ମଧ୍ୟ ହୁଏ । ଏହା ବିଷୟରେ ଜାକିର ଅବଗତ ଥିଲେ । ଏହାକୁ ନେଇ ଚିନ୍ତାରେ ବି ଥିଲେ । ଏହି ହତ୍ୟା ଘଟଣା ଘଟିବା ପରେ ଜାକିର ନିଖୋଜ ଥିବା ବରିଷ୍ଠ ପୋଲିସ ଅଧିକାରୀ ଅମିତ୍ ପାଠକ୍ କହିଛନ୍ତି । ଘଟଣାସ୍ଥଳରୁ ପୋଲିସ ସବାନାକୁ ଗିରଫ କରିଥିବା ବେଳେ ୯ ଏମଏମ ପିସ୍ତଲ ମଧ୍ୟ ଜବତ କରିଛି । ଆଲିଆଙ୍କ ଭାଣେଜୀ ମୁସ୍କାନ କହିଛନ୍ତି ସେମାନେ ମେଡିସିନ କିଣିବା ପରେ ଚାଲି ଚାଲି ଆସୁଥିଲେ । ସେହି ସମୟରେ ପଛପଟୁ ସବାନା ଆସି ଆଲିଆଙ୍କୁ ଠେଲି ଦେଇଥିଲା । ଫଳରେ ସେ ତଳେ ପଡିଯାଇଥିଲେ । ଆଉ ପରେ ତାଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଚଲାଇ ଥିଲା । ପରେ ସେଠାରୁ ଫେରାର ନହୋଇ ବନ୍ଧୁକ ସହିତ ଛିଡା ହୋଇଥିଲା । ଲୋକ ଗହଳି ହେବା ପରେ ବି ସେ ଖସି ଯିବାକୁ କୌଣସି ପ୍ରକାର ଉଦ୍ୟମ କରିନଥିଲା ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking