37.1 C
Bhubaneswar
Thursday, March 28, 2024
Homeଓଡିଶାଭଡାଟିଆ ସହ ରୋମାନ୍ସ ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଭଡାଟିଆ ସହ ରୋମାନ୍ସ ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଭୁବନେଶ୍ୱର :ଭଡାଟିଆ ମାଲିକାଣି ସମ୍ପର୍କ ପାଇଁ ବଳି ପଡିଲା ସ୍ୱାମୀ । ବିହାର ମୁଜଫରାପୁର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମୃତକ ରାଜସ ସିଂ ଜଣେ ଟ୍ୟୁସନସାର ଥିଲା । ତାର ତିନି ମହଲା ଘରେ ଅନେକ ଭଡାଟିଆ ରହୁଥିଲେ । କିନ୍ତୁ ରାଜେଶର ସ୍ତ୍ରୀ ଭଡାଟିଆ ସହ ଲୁଚିଛପି ରୋମାନ୍ସ କରୁଥିଲା । ଏକଥା ରାଜେଶ ଜାଣିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । କିନ୍ତୁ ତା ସ୍ତ୍ରୀ ଘରୋଇ ହିଂସାର ଅଭିଯୋଗ କରିବାରୁ ରାଜେଶକୁ ପୋଲିସ ନେଇଯାଇଥିଲା । ଯାହା ତା ସ୍ତ୍ରୀ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଇଥିଲା । କିନ୍ତୁ କିଛି ଦିନ ତଳେ ରାଜେଶ ଘରକୁ ଫେରିଥିଲା । ତଛଡା ଲକ୍ଡାଉନ ପାଇଁ ଘରୁ ବାହାରକୁ ବାହାରୁ ନଥିଲା । ଯାହା ତା ସ୍ତ୍ରୀର ପରକିୟା ପ୍ରୀତିରେ ବାଧକ ସାଜିଥିଲା । ଶେଷରେ ସେ ରାଜେଶକୁ ରାସ୍ତାରୁ ହଟାଇବା ଯୋଜନା କଲା । ଧାରୁଆ ଛୁରୀରେ ରାଜେଶର ଛାତି ଓ ବେକକୁ ୨୫ ଥରରୁ ଅଧିକ ଥର ଆଘାତ କରିଥିଲା । ଘଟଣାସ୍ଥଳରେ ହିଁ ତାର ପ୍ରାଣବାୟୁ ଉଡିଯାଇଥଲା । ପୁଲିସ ଘଟଣାସ୍ଥଳରେ ପଂହଚି ସ୍ତ୍ରୀ କୁ ଗିରଫ କରିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking