26.7 C
Bhubaneswar
Friday, April 19, 2024
Homeଓଡିଶାଜଙ୍ଗଲରେ ୫ ଦିନ ଧରି ତପସ୍ୟାରେ ବସିଛନ୍ତି ମହିଳା, ପୂଜାପାଠ ସାଙ୍ଗକୁ ଚାଲିଛି ମନ୍ତ୍ରପଢ଼ା

ଜଙ୍ଗଲରେ ୫ ଦିନ ଧରି ତପସ୍ୟାରେ ବସିଛନ୍ତି ମହିଳା, ପୂଜାପାଠ ସାଙ୍ଗକୁ ଚାଲିଛି ମନ୍ତ୍ରପଢ଼ା

ନବରଙ୍ଗପୁର : ୫ ଦିନ ଧରି ଜଙ୍ଗଲରେ ତପସ୍ୟାରତ ମହିଳା । ସ୍ୱପ୍ନାଦେଶ ଗତ ୫ ଦିନ ହେଲା ମହିଳା ତପସ୍ୟାରେ ବସିଛନ୍ତି । ପୂଜାପାଠ ସାଙ୍ଗକୁ ଚାଲିଛି ମନ୍ତ୍ରପଢ଼ା । ଦାନ ଦକ୍ଷିଣା ଫଳମୂଳ ଦେଇ ପୂଜା କରୁଛନ୍ତି ଲୋକେ । ଧୀରେ ଧୀରେ ଜଙ୍ଗଲ ଭିତରେ ଜମୁଛି ଭିଡ଼ । ମହିଳା ଜଣକ ନିଜ ଦେହରେ ବାସୁକୀ ମାତା ଆସିଥିବା କହିଛନ୍ତି । ଏହାସହ ମହିଳାଙ୍କୁଦେଖିବା ଓ ପୂଜାର୍ଚ୍ଚନା ଗହଳି ବଢ଼ୁଛି । ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡା ଗ୍ରାମ ନିକଟସ୍ଥ ଢାମଣାପଦର ବାହାଲି ଜଙ୍ଗଲରେ । ଅନ୍ୟପଟେ ମହିଳାଙ୍କ ବିକୃତ ମସ୍ତିଷ୍କ ରହିଥିବା ଅଭିଯୋଗ କରି ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ପ୍ରଶାସନ ହସ୍ତକ୍ଷେପ କରି ଚିକିତ୍ସା ଯୋଗାଇଦେବାକୁ ଦାବି କରିଛନ୍ତି । ସୂଚନା ଅନୁଯାୟୀ, ଦଳେଇଗୁଡା ଗ୍ରାମର ସିଙ୍ଗି ହରିଜନଙ୍କ ପତ୍ନୀ ବାଲମତି ହରିଜନ । ଗତ ଶନିବାର ରାତି ୨ ଟାରୁ ହଠାତ୍ ଘରୁ ପଳାଇ ଆସିଥିଲେ । ଆଉ ଏବେ ଜଙ୍ଗଲରେ ତପସ୍ୟାରତ ଅଛନ୍ତି । ସକାଳୁ ସକାଳୁ ଘର ଲୋକ ତାଙ୍କୁ ଖୋଜାଖୋଜି କରିବାପରେ ପାଇନଥିଲେ । ପରେ ନିକଟସ୍ଥ ଢାମଣାପଦର ବାହାଲି ଜଙ୍ଗଲର ଏକ ଛୋଟିଆ ପଥର ପାହାଡ଼ରେ ସେ ତପସ୍ୟା ଅବସ୍ଥାରେ ବସିଥିବା ଦେଖିବାକୁ ମିଳିଥିଲା । ତାଙ୍କର ଏଅବସ୍ଥା ଶୁଣି ଆଖପାଖ ଅଞ୍ଚଳର ଗ୍ରାମବାସୀଙ୍କ ଭିଡ଼ ଜମିଥିଲା । କିଛି ଲୋକ ତାଙ୍କ ନିକଟରେ ନଡ଼ିଆ, କଦଳୀ, ଧୂପଦୀପ ଦେଇ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ପୂର୍ବରୁ ସ୍ୱାମୀ ସିଙ୍ଗି ହରିଜନ ଗାଈ ଚରାଉ ଥିବାବେଳେ ସ୍ତ୍ରୀ ବାଲ ହରିଜନ ଝଡାଫୁଙ୍କା ଆଦି କାମ କରି ପରିବାର ପୋଷୁଥିଲେ । ବର୍ତ୍ତମାନ ବାଲ ହରିଜନ ତପସ୍ୟାରତ ଥିବାରୁ ତାଙ୍କ ସୁରକ୍ଷା ପାଇଁ ନିକଟରେ ସ୍ୱାମୀ ସିଙ୍ଗି ହରିଜନ ଜଗି ବସିଛନ୍ତି । ବାଲ ଦୁଇ ଚାମଚ କ୍ଷୀର ପିଉଥିବାବେଳେ ପାହାନ୍ତିଆ ୩ଟାରେ ଗାଧୋଇବାକୁ ଯାଉଥିବା ଭକ୍ତମାନଙ୍କୁ କହିଛନ୍ତି । ଉଭୟ ଅଲେଖ ଧର୍ମ ଗ୍ରହଣ କରିଛନ୍ତି ବୋଲି ଜଣାପଡ଼ିଛି । ଆଧୁନିକ ଯୁଗରେ ଏମିତି ଦୃଶ୍ୟ ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଛି । ଆମେ ଏହାକୁ ବିଶ୍ୱାସ ହେଉ କି ଅବିଶ୍ୱାସ ଅଥବା ଅନ୍ଧବିଶ୍ୱାସ , କହିପାରିବା । ତେବେ ପରମବ୍ରହ୍ମଙ୍କୁ ପ୍ରାପ୍ତ କରିବାକୁ ଆଜିବି ମଣିଷ ତପସ୍ୟାରେ ବସୁଛି ଏକଥା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking