34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗସୁନାବେଡାର ଯୁବତୀ ବାଙ୍ଗାଲୁରରେ ନିଖୋଜ 

ସୁନାବେଡାର ଯୁବତୀ ବାଙ୍ଗାଲୁରରେ ନିଖୋଜ 

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟରେ ରହୁଥିବା ଜଣେ ଯୁବତୀ ଚାକିରୀ ପାଇଁ ଯାଇ ଆଜକୁ ୨ମାସ ହେବ ବାଙ୍ଗାଲୁରରେ ନିଖୋଜ ହୋଇଥିବା ଯୁବତୀ ଜଣଙ୍କର ବାପା ତରବୋଡ଼ ଫାଣ୍ଡିରେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ,  ପୁରୀ ଜିଲ୍ଲାର ନିମାପଡାର କିଛି ମହିଳା କୋମନା ବ୍ଲକ ସୁନାବେଡା ପଞ୍ଚାୟତରେ ବୈଠକ କରି ଇଣ୍ଡଷ୍ଟ୍ରିଆଲ ସୁଇଙ୍ଗ ମେସିନ (ଆଇଏସ ଏମ ଏସ) ପକ୍ଷରୁ ଏହି ଅଞ୍ଚଳର ଝିଅ ମାନଙ୍କୁ ଟ୍ରେନିଙ୍ଗ ଦିଆଯିବ । ଏହାପରେ ସେଠାରୁ ରୂପଧରଙ୍କ ବଡ଼ ଝିଅ ସୀମା ସାହୁ, ସାନ ଝିଅଙ୍କ ସହ ୪ଜଣଙ୍କୁ ଟ୍ରେନିଙ୍ଗ ପାଇଁ ନୂଆପଡ଼ା ଜିଲ୍ଲା ପ୍ରଶାସନର ଅନୁମତିରେ ୨୦ଜୁଲାଇ ୨୦୧୯ରେ ପୁରୀ ଜିଲ୍ଲା ନିମାପଡାକୁ ଟ୍ରେନିଙ୍ଗ ପାଇଁ ନିଆଯାଇଥିଲା । ସେଠାରେ କିଛି ମାସ ଟ୍ରେନିଙ୍ଗ ନେବାପରେ ସାନ ଝିଅର ଯୁକ୍ତ ୩ ପରୀକ୍ଷା ଥିବାରୁ ସେ ଘରକୁ ପଲାଇ ଆସିଥିଲେ । କିନ୍ତୁ ବଡ଼ ଝିଅ ସୀମା ସାହୁଙ୍କୁ ଚାକିରୀ  ଦିଆଯିବ ବୋଲି କହି ସଂସ୍ଥା ପକ୍ଷରୁ ବାଙ୍ଗାଲୁରକୁ ନିଆଯାଇଥିଲା । ସେଠାରେ ସାଇ ଏକ୍ସପୋର୍ଟ ନାମକ ଏକ କମ୍ପାନୀରେ ସେ କାମ କରୁଥିଲେ । ଏହା ଜାଣିବାପରେ ସୀମାଙ୍କ ବାପା ଲକଡାଉନ ସମୟରେ ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେଇ ବାଙ୍ଗାଲୁରରୁ  ସାଇ ଏକ୍ସପୋର୍ଟକୁ ଯାଇଥିଲେ । ହେଲେ ସେଠାରେ କର୍ମଚାରୀମାନେ ଝିଅର କୌଣସି ସୂଚନା ଦେଇନଥିଲେ । ପରେ ଗତ ଜୁଲାଇ ୪ତାରିଖରେ ସୀମା ଘରକୁ ଫୋନ କରି ସେ ବାଙ୍ଗାଲୁରରେ ଚାକିରୀ କରୁଛି ବୋଲି ପରିବାରକୁ ଜଣାଇ ଥିଲେ । ସେହି ଦିନ ଠାରୁ ୨ମାସ ହେବ ତାଙ୍କସହ ପରିବାରର କୌଣସି ଯୋଗାଯୋଗ ହୋଇପାରି ନାହିଁ । ତେଣୁ ଝିଅର ନିଖୋଜ ନେଇ ତରବୋଡ଼ ଫାଣ୍ଡିରେ ବାପା ଅଭିଯୋଗ କରିଛନ୍ତି । ଏନେଇ ତଦନ୍ତ ଚାଲିଥିବା ତରବୋଡ଼ ଫାଣ୍ଡି ଅଧିକାରୀ ଲଛିନ୍ଦ୍ର ଚଳାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking