ରେସନ ଆଣିବାକୁ ଯାଇଥିଲେ ମହିଳା, ଆଉ ତା ପରେ…

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ଚାଲିଛି ଲକ ଡାଉନ ପିରିୟଡ । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗରିବ ନିରାଶ୍ରୟଙ୍କୁ ବିଭିନ୍ନ କୋଟା ମାଧ୍ୟମରେ ଓ ବିଭିନ୍ନ ଯୋଜନା ମାଧ୍ୟମରେ ସାହାଯ୍ୟ ଓ ରାସନ ସାମଗ୍ରୀ ଯୋଗାଇ ଦିଆଯାଉଛି । ହେଲେ ଏହି ରାସନ ସାମଗ୍ରୀ ଆଣିବାକୁ ଯାଇ ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି । ତେବେ ସୂଚନା ଅନୁସାରେ, ଜଣେ ୨୩ ବର୍ଷୀୟ ମହିଳା ସରକାରଙ୍କ ପକ୍ଷରୁ ଦିଆଯାଉଥିବା ରାସନ ଆଣିବା ପାଇଁ ନିକଟସ୍ଥ ଡିଲର ଦୋକାନକୁ ଯାଇଥିଲେ । ତାଙ୍କ ପାଖରେ ଥିବା ସଞ୍ଚିତ ଅର୍ଥ ସରିଯିବାରୁ ସେ କୋଟା ମାଧ୍ୟମରେ ରାସନ ସାମଗ୍ରୀ ପାଇଁ ନିକଟସ୍ଥ ଦୋକାନ ଯାଇଥିଲେ । ମାତ୍ର ଉକ୍ତ ଡିଲର ଜଣକ ତାଙ୍କୁ ଜିନିଷ ଦେବାକୁ ମନା କରିଦେଇଥିଲେ । ପରେ ସେ ଘରକୁ ଫେରିଆସିଥିଲେ । ତେବେ ତାଙ୍କ ସ୍ୱାମୀ ପଞ୍ଜାବ କାମ କରିବାକୁ ଯାଇ ଲକ ଡାଉନ ପାଇଁ ସେଠାରେ ଫସିରହିଛନ୍ତି । ତେବେ ମହିଳା ଜଣଙ୍କୁ ଘରକୁ ଆସିବା ପରେ ସନ୍ଧ୍ୟାରେ ଉକ୍ତ ଡିଲର ତାଙ୍କୁ ରେସନ ଦେବା ପରିବର୍ତ୍ତେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଡିଲରଙ୍କ ନାଁ ବିନୋଦ ହୋଇଥିବା ବେଳେ ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ବିନୋଦକୁ ଗିରଫ କରି ଜେଲ ପଠାଇଥିବା ଏସପି ବିନିତ ଜୈଶଲ ସୂଚନା ପ୍ରଦାନ କରିଛନ୍ତି ।