27.1 C
Bhubaneswar
Friday, March 29, 2024
Homeଅପରାଧଷ୍ଟେସନରେ ଛାଡି ଦେବାକୁ କହି ଯୁବତୀଙ୍କ ସହ ଏପରି କାର୍ଯ୍ୟ କଲେ ଅଟୋ ଚାଳକ..

ଷ୍ଟେସନରେ ଛାଡି ଦେବାକୁ କହି ଯୁବତୀଙ୍କ ସହ ଏପରି କାର୍ଯ୍ୟ କଲେ ଅଟୋ ଚାଳକ..

ମୁମ୍ବାଇ: ଦୁଷ୍କର୍ମ ଦିନକୁ ଦିନ ବଢିଚାଲିଥିବା ବେଳେ ନବି ମୁମ୍ବାଇରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ୧୯ ବର୍ଷୀୟା ମହିଳା ୩ ଜଣ ପୁରୁଷଙ୍କଦ୍ଵାରା ପୃଥକ ପୃଥକ ଭାବେ ୨ ଘଣ୍ଟା ଭିତରେ ତିନି ଥର ଦୁଷ୍କର୍ମର ଶିକାର ହୋଇଥିବା ଜାଣିବାକୁ ମିଳିଛି। ଫେବ୍ରୁଆରି ୧୯ ତାରିଖ ରାତିରେ ଏପରି ଘଟିଥିବା ଜାଣିବାକୁ ମିଳିଛି। ପୁଲିସ୍‌ ବୁଧବାର ଏ ସଂପର୍କରେ ସୂଚନା ଦେଇଛନ୍ତି । ଏହି ଅପରାଧରେ ଜଣେ ଅଟୋ ଚାଳକଙ୍କ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କର‌ାଯାଇଛି।
ସୂଚନା ଅନୁସାରେ ଫେବ୍ରୁଆରି ୧୮ ତାରିଖରେ ପୀଡ଼ିତା ଜଣକ ନିଜ ସଂପର୍କୀୟଙ୍କ ସହ ଥିଲେ। ସେ ସୁବୁରବର୍ଣ୍ଣ ଘାଟୋକପର ଟ୍ରେନ୍‌ ଫେଲ୍‌ ହୋଇ ଯାଇଥିଲେ। ଟ୍ରେନ୍‌ ଫେଲ୍‌ ହେବା ପରେ ସେ ଅନ୍ୟ ଏକ ଟ୍ରେନ୍‌ ଯୋଗେ ଥାନେ ଜିଲ୍ଲାର ମୁମ୍ବ୍ରା ରେଳବାଇ ‌ଷ୍ଟେସନ୍‌ରେ ପହଞ୍ଚିଥିଲେ।ସେଦିନ ଟ୍ରେନ ନପିଇବାରୁ ସେହି ଷ୍ଟେସନ୍‌ରେ ଶୋଇଥିଲେ।ତା’ପରଦିନ ଅନ୍ୟ ଏକ ଟ୍ରେନ୍‌ ଚଢ଼ି ଦିଭା ଷ୍ଟେସନ୍‌‌ରେ ପହଞ୍ଚିଥିଲେ। ତାଙ୍କ ପାଖରେ ପଇସା ନଥିବାରୁ ସେ ସେଠାରେ ଥିବା ଜଣେ ମହିଳା ଶମ୍ରିକଙ୍କୁ ତାଙ୍କ ସୁନା ନାକ ଫୁଲ୍‌ ବିକାଇ ଦେବାକୁ କହିଥିଲେ। ମାତ୍ର ରାତି ପର୍ଯ୍ୟନ୍ତ ସେ ତାହାକୁ ବିକ୍ରି କରିପାରିନଥିଲେ। ଶେଷରେ ରାତି ପ୍ରାୟ ୮.୩୦ ବେଳକୁ ସେ ଜଣେ ଆଟୋ ଚାଳକକୁ ତାଙ୍କୁ ନେଇ ରେଳବାଇ ଷ୍ଟେସନ୍‌ରେ ଛାଡ଼ି ଦେବାକୁ କହିଥିଲେ। ଅଟୋ ଚାଳକ ଜଣ ଏହାର ସୁଯୋଗ ନେଇ ପ୍ରଥମେ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ। ତାହାର କିଛି ସମୟପରେ ଏହାର ସୁଯୋଗ ନେଇ ଆହୁରି ଦୁଇ ଜଣ ତାଙ୍କ ସହ ଏପରି କୁକାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking