27.1 C
Bhubaneswar
Friday, March 29, 2024
Homeଅପରାଧପ୍ରେମିକା କାଟିଲେ ପ୍ରମିକର ପ୍ରାଇଭେଟ ପାର୍ଟ,କାରଣ ଜାଣନ୍ତୁ....

ପ୍ରେମିକା କାଟିଲେ ପ୍ରମିକର ପ୍ରାଇଭେଟ ପାର୍ଟ,କାରଣ ଜାଣନ୍ତୁ….

ବେଙ୍ଗାଲୁରୁ : ଅଧିକାଂଶ ସମୟରେ ମନୁଷ୍ୟର କ୍ରୋଧ ହିଁ ତା’ର ସବୁଠୁ ବଡ ଶତ୍ରୁ ପାଲଟିଥାଏ | କର୍ଣ୍ଣାଟକ ବେଙ୍ଗାଲୁରୁରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ଏଠାରେ ଜଣେ ଡାକ୍ତର ଏପରି ରାଗିଲେ ଯେ, ରାଗରେ ସେ ଯାହା କରିଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରାଗିଯାଇ ମହିଳା ଡାକ୍ତର ଜଣଙ୍କ ତାଙ୍କ ପ୍ରେମିକଙ୍କ ପ୍ରାଇଭେଟ୍ ପାର୍ଟ କାଟିଦେଇଥିବାର ଜଣା ପଡିଛି । ତେବେ ପ୍ରେମିକ ଜଣକ କରିଥିଲେ ଭୁଲ୍ | ସେ ଅନ୍ୟଜଣେ ମହିଳାଙ୍କୁ ବିବାହ କରୁଥିବା ଜାଣିବା ପରେ ମହିଳା ଡାକ୍ତର ଜଣଙ୍କ ଏଭଳି କାମ କରିଥିବାର ସୂଚନା ମିଳିଛି । ଏଭଳି କାଣ୍ଡ ଘଟାଇବା ପରେ ମହିଳା ଡାକ୍ତରଙ୍କୁ ୧୦ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।
ତେବେ ଏଠାରେ ସୂଚନାଯୋଗ୍ୟ ଯେ, ଏଭଳି ଗଟଣା ଘଟିଥିଲା ୨୦୦୮ ମସିହାରେ । ସଇଦା ଅମିଦା ନାମକ ମହିଳା ଜଣେ ଦନ୍ତଚିକିତ୍ସକ ଭାବେ କାମ କରନ୍ତି । ସେ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ମାତ୍ର କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟ ବାରମ୍ବାର ମତାନ୍ତର ସୃଷ୍ଟି ହେବାରୁ ଉଭୟେ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହାପରେ ପ୍ରେମିକ ଯୁବକ ଜଣଙ୍କ ଅନ୍ୟ ଜଣଙ୍କୁ ବିବାହ କରିଥିଲେ । ଏହି ପରିସ୍ଥିତିରେ ଯୁବକଙ୍କ ବିବାହକୁ ସହ୍ୟ କରିପାରିଲେନି ପ୍ରେମିକା ମହିଳା ଡାକ୍ତର । ତାଙ୍କ ରାଗ ଏତେ ପରିମାଣରେ ବଢି ଯାଇଥିଲା ସେ ତାଙ୍କ ପୂର୍ବ ପ୍ରେମିକଙ୍କଠାରୁ ପ୍ରତିଶୋଧ ନେବା ପାଇଁ ନିର୍ଣ୍ଣୟ କରିସାରିଥିଲେ । ସୁଯୋଗ ଦେଖି ଯୁବକ ଜଣଙ୍କୁ ନିଜ କ୍ଲିନିକ୍ ରେ ଦେଖାକରିବା ପାଇଁ ଡକାଇଥିଲେ ମହିଳା ଡାକ୍ତର । ଯେତେବେଳେ ଯୁବକ ଜଣଙ୍କୁ ତାଙ୍କୁ ଦେଖା କରିବାକୁ କ୍ଲିନିକ୍ ରେ ପହଞ୍ଚିଥିଲେ ମହିଳା ଡାକ୍ତର ଜଣଙ୍କୁ ତାଙ୍କୁ ନିଶାଯୁକ୍ତ ଜୁସ୍ ପିଇବାକୁ ଦେଇଥିଲେ । ଜୁସ୍ ପିଇବା ପରେ ଯୁବକ ଜଣଙ୍କ ବେହୋସ୍ ହୋଇଯାଇଥିଲେ । ୟୁବକ ଜଣଙ୍କ ବେହୋସ୍ ହେବା କ୍ଷଣି ମହିଳା ଡାକ୍ତର ଏହାର ଯୁଯୋଗ ନେଇ ଯୁବକଙ୍କ ପ୍ରାଇଭେଟ୍ ପାର୍ଟ କାଟିଦେଇ ଡ୍ରେନ୍ ରେ ଭସାଇଦେଇଥିଲେ । ଯେତେବେଳେ ଯୁବକ ଜଣଙ୍କ ହୋସ୍ ରେ ଆସିଲେ ତାଙ୍କୁ ବହୁତ ଯନ୍ତ୍ରଣା ହେଉଥିଲା ଏବଂ ତାଙ୍କ ଚାରିପାଖରେ ରକ୍ତ ପଡିଥିବାର ସେ ଦେଖିଥିଲେ । ଫଳରେ ମହିଳା ଡାକ୍ତର ଜଣଙ୍କ ଡରିଯାଇଥିଲେ । ଯୁବକଙ୍କୁ ନିକଟସ୍ଥ ଏକ ମେଡିକାଲରେ ଭର୍ତ୍ତି କରି ସେଠାରୁ ପଳାଇଥିଲେ । ତେବେ ଯୁବକ ଜଣକ କାହିଁକି ଅନ୍ୟତ୍ର ବିବାହ କଲେ ବୋଲି ପ୍ରତିଶୋଧ ନେବା ଲାଗି ସେ ଏପରି କାଣ୍ଡ କରିଥିଲେ | ପ୍ରାୟ ୧୧ବର୍ଷ ଧରି କୋର୍ଟରେ ଏହି ମାମଲାର ବିଚାର ଚାଲିଥିବା ବେଳେ ୧୧ବର୍ଷ ପରେ କୋର୍ଟ ମହିଳାଙ୍କୁ ଦଶ ବର୍ଷ ଜେଲ ଦଣ୍ଡାଦେଶ ସହ ଦୁଇ ଲକ୍ଷ ଟଙ୍କାର ଜରିମାନା ଶୁଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking