30.1 C
Bhubaneswar
Thursday, April 25, 2024
Homeଅପରାଧରଜରେ ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

ରଜରେ ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

ପିପିଲି : ରଜ ଚାଲିଥିବା ବେଳେ ପିପିଲି ଥାନା ସାତସଙ୍ଖ ଫାଣ୍ଡି ଅନ୍ତର୍ଗତ ଅର୍ଜୁନସିଂ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ୱାମୀଙ୍କ ମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ଭାଇ ତାଙ୍କ ଭଉଣୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପିପିଲି ପୁଲିସ ଓ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିବା ସହ ଉକ୍ତ ମହିଳାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଛି । ମୃତ ମହିଳା ହେଲେ ଅନସୂୟା ସ୍ୱାଇଁ(୪୦) । ତାଙ୍କ ଭାଇ ବାନାମ୍ବର ସ୍ୱାଇଁ ପିପିଲି ଥାନାରେ ଅଭିଯୋଗ କରିଥିବା ବେଳେ ପିପିଲି ପୁଲିସ ମହିଳାଙ୍କ ସ୍ୱାମୀ ଅଭିମନ୍ୟୁ ସ୍ୱାଇଁଙ୍କୁ ଥାନାରେ ଅଟକ ରଖି ପିପିଲି ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି କହିଛନ୍ତି ।
ସୂଚନା ଅନୁଯାୟୀ, ଅଭିମନ୍ୟୁ ୨୦ବର୍ଷ ତଳେ ନିମାପଡ଼ା ଥାନା ମାଗୁଣିଛନନ୍ଦା ଗ୍ରାମର ସ୍ୱର୍ଗତ ନକୁଳ ସ୍ୱାଇଁଙ୍କ ଝିଅ ଅନସୂୟାଙ୍କୁ ବିବାହ କରିଥିଲେ । ଏବେ ସେମାନଙ୍କର ୧୬ବର୍ଷ ଓ ୭ବର୍ଷର ୨ଟି ପୁଅ ହୋଇଥିବା ଜଣାପଡିଛି । କିନ୍ତୁ ସବୁ ସମୟରେ ଅଭିମନ୍ୟୁ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ମଦ ପିଇବାକୁ ନେଇ ପାଟିତୁଣ୍ଡ ଲାଗୁଥିଲା । ଏପରିକି ଅଭିମନ୍ୟୁ ତାଙ୍କୁ ମଦପିଇ ମାରଧର କରୁଥିଲେ । ଗତକାଲି ରାତିରେ ଅନୂସୟା କୌଣସି କାରଣରୁ ଅଚେତ୍ ହୋଇ ଯିବାରୁ ତାଙ୍କୁ ପ୍ରଥମେ ନିକଟସ୍ଥ ମଙ୍ଗଳପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଥିଲା । ମାତ୍ର ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏ ସମ୍ପର୍କରେ ଖବର ପାଇ ଅନସୂୟାଙ୍କ ଭାଇ ବାନାମ୍ବର ସ୍ୱାଇଁ ପିପିଲି ଥାନାରେ ତାଙ୍କ ଭଉଣୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୁକ୍ତ ଅଭିମନ୍ୟୁଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking