34.1 C
Bhubaneswar
Friday, March 29, 2024
Homeକରୋନାକରୋନା ଟିକା ନେବାକୁ ମନା କରିବାରୁ ଭୋଗିବାକୁ ପଡ଼ିଲା ଏପରି.....

କରୋନା ଟିକା ନେବାକୁ ମନା କରିବାରୁ ଭୋଗିବାକୁ ପଡ଼ିଲା ଏପରି…..

ନୂଆଦିଲ୍ଲୀ : କରୋନାକୁ ମାତ୍ ଦେବା ପାଇଁ ଦେଶବ୍ୟାପୀ ଟିକାଦାନ ପ୍ରକ୍ରିୟା ଜୋରସୋରରେ ଚାଲିଛି । ଲୋକଙ୍କୁ କରୋନା ଭାଇରସ୍ କବଳରୁ ମୁକ୍ତ କରିବା ପାଇଁ ସରକାର ଏଥିପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି । ତେବେ ଟିକାକରଣକୁ ନେଇ ଶୁକ୍ରବାର ମଧ୍ୟ ପ୍ରଦେଶର ବଡ଼ବାନୀରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଟିକା ନେବାକୁ ମନା କରିବାରୁ ଏକ ପରିବାରର ବିଜୁଳି ଓ ପାଣି କନେକ୍ସନ୍ କାଟି ଦିଆଯାଇଥିବା ଜଣାଯାଇଛି । ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ତାଙ୍କ ଘରେ ୩ ଜଣ ରୁହନ୍ତି । କିଛି ଦିନ ତଳେ ପରିବାରର ସଦସ୍ୟଙ୍କୁ ଆଲର୍ଜି ହୋଇଥିଲା । ଏଣୁ ସେମାନେ କରୋନା ଟିକା ନେଇନଥିଲେ । ଶୁକ୍ରବାର ସକାଳେ ଏସ୍‌ଡିଏମ୍‌, ସିଏମ୍‌ଓ ଓ ଟିକାଦାନ କରୁଥିବା ଟିମ୍ ତାଙ୍କ ଘରକୁ ଆସିଥିଲେ । ସେମାନେ ଘର ଲୋକଙ୍କୁ ଟିକା ନେବାକୁ କହିଥିଲେ । କିନ୍ତୁ ଆଲର୍ଜି ଯୋଗୁ ସେମାନେ ଏବେ ଟିକା ନେବେନି ୨୮ ତାରିଖରେ ନେବେ ବୋଲି କହିଥିଲେ । କିନ୍ତୁ ଏହି ଟିମ୍ ତାଙ୍କ ଉପରେ ଟିକା ନେବାକୁ ଚାପ ପକାଇଥିଲେ । ଘର ଲୋକ ରାଜି ନ ହେବାରୁ ସେମାନେ ଘରର ବିଜୁଳି ଓ ପାଣି କନେକସନ୍ କାଟିଦେବା ସହ ରାସନ କାର୍ଡ ନେଇଯାଇଛନ୍ତି ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି । ତେବେ ଏନେଇ ବଡ଼ବାନୀର ଏସ୍‌ଡିଏମ୍ ଘନଶ୍ୟାମ ଧନଗର କହିଛନ୍ତି, ଲୋକଙ୍କୁ ଟିକା ନେବା ପାଇଁ ପରାମର୍ଶ ଦେଉଛୁ ଓ ଚାଉଳ ବି ବାଣ୍ଟୁଛୁ । ଲୋକମାନେ ମଧ୍ୟ ଖୁବ୍ ଆଗ୍ରହର ସହ ଏଥିରେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିଛି । କିନ୍ତୁ କିଛି ଲୋକ ଟିକା ନେବାକୁ ମନା କରୁଛନ୍ତି । ଯଦି ସେମାନଙ୍କ ସହ ଆମ ଟିମ୍ ଖରାପ ବ୍ୟବହାର କରିଥିବା ଅଭିଯୋଗ ହେଉଛି ତେବେ ଏନେଇ ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଏନେଇ ଖବର ପ୍ରସାରଣ ହେବା ପରେ ପୁଣିଥରେ ଉକ୍ତ ମହିଳାଙ୍କ ଘରେ ବିଜୁଳି ଓ ପାଣି ସଂଯୋଗ ଦିଆଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking